‘ରେଣ୍ଡୋ ମାଝୀ – ଦି ହିଡେନ୍ ଷ୍ଟୋରୀ ଅଫ୍ ୧୮୫୩’ର ମହୁରତ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ପ୍ରଥମ ବ୍ରିଟିଶ ବିରୋଧୀ ସ୍ବର ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ଅବସରରେ ତାଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଚଳଚ୍ଚିତ୍ର ‘ରେଣ୍ଡୋ ମାଝୀ – ଦି ହିଡେନ୍ ଷ୍ଟୋରୀ ଅଫ୍ ୧୮୫୩’ର ମହୁରତ ଅନୁଷ୍ଠିତ ହୋଇଯାଇଛି। ଆରବିଏସପି ଫିଲ୍ମସ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଉକ୍ତ ଚଳଚ୍ଚିତ୍ରରେ ପ୍ରଖ୍ୟାତ ଅଭିନେତା ମନୋଜ ମିଶ୍ର ଓ ଜଗନ୍ନାଥ ସେଠ, ଅଭିନେତ୍ରୀ ବିଦିତା ବାଗ ଓ ଜୟା ବିଶ୍ୱାସ, ଆରଆରଆର ଫେମ୍ ଅଭିନେତା ୱାକର୍ ଖାନ୍ ପ୍ରମୁଖ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଯୁବ ନିର୍ଦ୍ଦେଶକ ଅମରେଶ ଜେନା, ଯିଏକି ଓଲିଉଡ ଓ ବଲିଉଡର ଅନେକ ଫିଲ୍ମରେ କ୍ୟାମେରା ଓ ନିର୍ଦ୍ଦେଶନାରେ ନିଜର କୃତିତ୍ୱ ଦେଖାଇ ସାରିଛନ୍ତି। ଲାଇନ୍ ପ୍ରଡ୍ୟୁସର୍ ଭାବେ ସିନେମାକ୍ସ ଷ୍ଟୁଡିଓର ଦୀପକ ପୂଜାରୀ ଥିବା ବେଳେ କ୍ୟାମେରା ଭାର ସମ୍ଭାଳିଛନ୍ତି ପ୍ରଖ୍ୟାତ କ୍ୟାମେରାମ୍ୟାନ ଅନୀଲ ବି ଅକ୍କୀ। ଗବେଷଣା ଓ କାହାଣୀ ଦାୟିତ୍ୱରେ ବିଶିଷ୍ଟ ଲୋକସଂସ୍କୃତିବିତ ପରମେଶ୍ୱର ମୁଣ୍ଡ ଥିବା ବେଳେ ସହଯୋଗ କରୁଛନ୍ତି ପିଏମ୍ ଯୁବା ମେଣ୍ଟରସିପ ପାଇ ରେଣ୍ଡୋ ମାଝୀଙ୍କ ଉପରେ ଗବେଷଣାତ୍ମକ ଉପନ୍ୟାସ ରଚନା କରିଥିବା ଯୁବ ଲେଖକ ଡିଲେଶ୍ୱର ରଣା। ବିଶିଷ୍ଟ ସଙ୍ଗୀତଜ୍ଞ ପଙ୍କଜ ଜାଲ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ତାଙ୍କ ସହ ମାନସୀ ପାଣିଗ୍ରାହୀ, ସର୍ବେଶ୍ୱର ଭୋଇ, ସଂଗୀତା ରାଉତ ପ୍ରମୁଖ କଣ୍ଠଦାନ କରିଛନ୍ତି। ଚଳଚ୍ଚିତ୍ରଟି ଉଭୟ କୋଶଲୀ ଓ ହିନ୍ଦୀ ଭାଷାରେ ତିଆରି ହେଉଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.