ଧଅଁରାମାଲ ଠାରେ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଠାରେ ତିନିଦିନ ଧରି ଚାଲିଥିବା ମହାଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ଦିଲ୍ଲୀପ ଭୋଇ ସପତ୍ନୀକ ଦାୟିତ୍ୱ ତୁଳାଇଥିଲେ। ପ୍ରଥମ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ମଣ୍ଡଳୀମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦ୍ଵିତୀୟ ରାତ୍ରରେ କୁନିକୁନି ପିଲା ଓ ମହିଳା ମାନଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ଉଦଯାପନୀ ଦିବସରେ ଅତିଥି ଭାବେ ରୁପ୍ରା ସରପଞ୍ଚ ଡଲି ବେହେରା ଓ ପ୍ରଧାନମନ୍ତ୍ରୀ ଯୁବା ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା ମଞ୍ଚାସିନ ଥିଲେ। ସଭା ପରିଚାଳନା କରିଥିଲେ ଯୁବ କଳାକାର ଫକୀର ପଟ୍ଟନାୟକ। ସନ୍ଧ୍ୟାରେ ବଲାଙ୍ଗିରର ମିକଶ୍ଚର ରାମଲୀଳା ପ୍ରଦର୍ଶିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.