ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତୀ): ସ୍ବାଧୀନତା ସଂଗ୍ରାମୀ ରେଣ୍ତୋ ମାଝୀଙ୍କ ୧୬୭ତମ ସହିଦ୍ ଦିବସ ପାଳନ ଅବସରରେ ଥୁଆମୂଳ ରାମପୁର ବ୍ଳକର ଆଦିବାସୀ ସଂଘ ତରଫରୁ ଆଜି ମାଁ ମାଣିକେଶ୍ବରୀ ପୀଠରୁ ଏକ ବିରାଟ ସଭାଯାତ୍ରାରେ ବାହାରି ଭବାନୀପାଟଣା ଟାଉନ ହଲ ଠାରେ ପହଞ୍ଚିଛି। ଏହି ଶୋଭାଯାତ୍ରାରେ ଥୁଆମୂଳ ରାମପୁର ବ୍ଳକ ଆଦିବାସୀ ସଂଘର ସଭାପତି ସନାତନ ମାଝୀ, ଉପସଭାପତି କ୍ରିଷ୍ଣା ମାଝୀ, ସାଧାରଣ ସମ୍ପାଦକ ଘାସିରାମ ମାଝୀ, ସହ ସମ୍ପାଦକ ସନ୍ତୋଷ କୁମାର ମାଝୀ, କୋଷାଧ୍ୟକ୍ଷ ଗୁରୁବାରୁ ମାଝୀଙ୍କ ସମେତ ସଭ୍ଯମାନଙ୍କ ମଧ୍ୟରେ ରୁକ୍ତା ମାଝୀ, ଯୋଗେଶ୍ବର ମାଝୀ, ସନ୍ତୋଷ କୁମାର ମାଝୀ, ଗୁଣି ମାଝୀ, ଭୀମସେନ ମାଝୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଦିବାସୀଙ୍କ ପାରମ୍ପରିକ ସଲପ ନିଶାନ ବାଦ୍ଯ ସହକାରେ ଶହ ଶହ ସଂଖ୍ୟାରେ ଆଦିବାସୀ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ସାମିଲ ହୋଇ ଭବାନୀପାଟଣା ଅଭିମୁଖେ ଯାଇ ଟାଉନ ହଲ ଠାରେ ହେବାକୁ ଥିବା ସହିଦ ରେଣ୍ତୋ ମାଝୀଙ୍କ ସହିଦ ଦିବସ ପାଳନ ହେବାକୁ ଥିବା କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ।