ଆମେ ଓଡ଼ିଆ ଭାରି ବଢିଆ ପରିବାର ପକ୍ଷରୁ ଝୋଟି ଚିତା ପ୍ରତିଯୋଗିତା

୪ଜଣ ଶ୍ରେଷ୍ଠ ପ୍ରତିଯୋଗୀ ହେଲେ ପୁରସ୍କୃତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ପବିତ୍ର ମାର୍ଗଶିର ମାସ ଗୁରୁବାର ଉପଲକ୍ଷେ ସ୍ବତନ୍ତ୍ର ଝୋଟି ଚିତା ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅନେକ ପ୍ରତିଭା ନିଜ ନିଜ କଳା ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନ ତରଫରୁ ୪ଜଣଙ୍କୁ ଶ୍ରେଷ୍ଠ ବିବେଚନା କରାଯାଇ କଳାକୃତି ସମ୍ମାନରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ସୁନୀତା ପାଣିଗ୍ରାହୀ, ପ୍ରତିମା ନାଏକ, ଲକ୍ଷ୍ମୀପ୍ରିୟା ଚିନରା, ସାବିତ୍ରୀ ନାୟକ। ସମସ୍ତଙ୍କୁ ଆମ ଓଡ଼ିଆ ପରିବାରର ପ୍ରତିଷ୍ଠାତା ଜ୍ୟୋତିର୍ବିଦ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ଓ ଅନ୍ୟ ସମସ୍ତ ପରିଚାଳକ ବୃନ୍ଦ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.