ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମ.ରାମପୁର ଠାରେ ଏକ ଋଣମେଳା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୧୭୯ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସର୍ବମୋଟ ୪ କୋଟି ୫୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଋଣ ମେଳାରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ମିଶନ ଶକ୍ତି), ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଏବିଡ଼ିଓ ଲକ୍ଷ୍ମଣ ପ୍ରଧାନ, ବିପିସି ସତ୍ୟବାନ୍ ସାହୁ, ବିପିଏମ ଦୀପ୍ତି କିଶୋର ନାୟକ, ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ମ. ରାମପୁର/ ଉର୍ଲାଦାନି, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୁଖ୍ୟ ମ. ରାମପୁର / ମୋହନଗିରି ସହ ଓଡ଼ିଶା ଜୀବିକା ମିଶନର ସମସ୍ତ ପଞ୍ଚାୟତର ଏମବିକେ, ୪ ଜଣ ବ୍ୟାଙ୍କ ମିତ୍ର, ସିଆରପି ପ୍ରମୁଖ ଯୋଗ ଦେଇଥିଲେ।