ଚାଇନାକୁ ଘାରିଛି କରୋନା ଚିନ୍ତା, ମୁହଁ ଖୋଲିଲେ ରାଷ୍ଟ୍ରପତି ଜିନପିଙ୍ଗ୍

ଓଡ଼ିଆ ବାର୍ତ୍ତା/ ବେଜିଂ: ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ସ୍ଥିତି ବେକାବୁ ହୋଇଛି। ସ୍ଥିତି ଏପରି ଯେ ହସ୍ପିଟାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି। ଏହାରି ଭିତରେ ପ୍ରଥମ ଥର ପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କରୋନାରେ ପରିସ୍ଥିତିକୁ ନେଇ ନୀରବତା ଭାଙ୍ଗିଛନ୍ତି। ସି ଜିନପିଙ୍ଗ ସୋମବାର କହିଛନ୍ତି ଯେ ଚୀନ୍ ଏକ ନୂଆ କୋଭିଡ୍ ପରିସ୍ଥିତିର ସମ୍ମୁଖୀନ ହେଉଛି। ସଂକ୍ରମଣ ହଠାତ୍ ବୃଦ୍ଧି ସହ ମୁକାବିଲା ପାଇଁ ସେ ସମସ୍ତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଜିନପିଙ୍ଗ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀମାନେ ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଏକ ଅଭିଯାନ ଚଳାଇବା ଉଚିତ। ଏଥିସହ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଲୋକଙ୍କୁ ଅନୁରୋଧ କରିଛନ୍ତି। ଚାଇନାରେ ନୂଆ ଭାରିଆଣ୍ଟ ତାଣ୍ଡବ ରଚିଛି। ଦେଶର କରୋନା ପରିସ୍ଥିତି ଉପରେ ରାଷ୍ଟ୍ରପତି ପ୍ରଥମ ଥର ଏପରି ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ନିଜ ଅନ୍ଦାଜରେ ଦେଶପ୍ରେମକୁ ଆଗକୁ ଆଣି କରୋନା ବିରୋଧରେ ଲଢେଇ କରିବାକୁ ହେବ ବୋଲି କହିଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ କର୍ମୀଙ୍କୁ ବିଶେଷ ଭାବରେ ଅପିଲ କରିଛନ୍ତି। ତୃତୀୟ ଥର ପାଇଁ କ୍ଷମତାରେ ବସିବା ପରେ ଜିନପିଙ୍ଗ ସରକାର ଚଳିତ ମାସ ଆରମ୍ଭରେ ଶୂନ-କୋଭିଡ ନୀତି ବଦଳାଇଥିଲେ। ଏହା ପରେ ଦେଶରେ କରୋନାର ନୂଆ ଭାରିଆଣ୍ଟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଚାଇନାରେ କରୋନା କାରଣରୁ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଅନେକ ସହରରେ ଅନ୍ତ୍ୟେଷ୍ଟି ଘାଟରେ ଭିଡ ଜମି ଥିବାବେଳେ ଡାକ୍ତରଖାନାଗୁଡ଼ିକର ଆଇସିୟୁ ୱାର୍ଡରେ ରୋଗୀଙ୍କ ପାଇଁ ବେଡ୍ ନାହିଁ। ଏହି ସମୟରେ ଚୀନ୍ ସରକାର କହିଛନ୍ତି ଯେ ସମଗ୍ର ଦେଶରେ କୋଭିଡ -୧୯ ଯୋଗୁଁ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସବୁକିଛି ସ୍ୱାଭାବିକ ବୋଲି ଚୀନ୍ ସରକାର ଦାବି କରୁଛନ୍ତି।

Omkar Vasthu
Omkar Vasthu

 

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.