ତୁର୍କୀ ଓ ସିରିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୦୦୦କୁ ଟପିଲା

ଓଡ଼ିଆ ବାର୍ତ୍ତା/ ଇସ୍ତାନବୁଲ: ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ । ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଥିବା ସୂଚନା । ଭୂକମ୍ପ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ସିରିଆ ସୀମାକୁ ଲାଗିଥିବା ଏହି ଦେଶରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ସିରିଆରେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି  । ଗତକାଲି ଭୋରୁ ତୁର୍କୀର ଗାଜିଆନ୍ତିପ ପ୍ରଦେଶର ନୁରଡାଗିର ପୂର୍ବରେ ପ୍ରଥମ ୭.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପର ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପର ପ୍ରାୟ ୯ ଘଣ୍ଟା ପରେ ୭.୫ ତୀବ୍ରତା ବିଶିଷ୍ଟ ଏବଂ ତାର କିଛି ସମୟ ପରେ ସନ୍ଧ୍ୟାରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରଥମ ଭୂମିକମ୍ପର ପ୍ରାୟ ୧୮ ଘଣ୍ଟା ପରେ ଅର୍ଥାତ୍‌ ଆଜି ସକାଳୁ ୬.୦ ତୀବ୍ରତା ବିଶିଷ୍ଟ ତୃତୀୟ ଝଟକା ଅନୂଭୂତ ହୋଇଥିଲା । ପଛକୁ ପଛ ପ୍ରାୟ ୫୦ରୁ ଅଧିକ କମ୍ପନ ଯୋଗୁ ତୁର୍କୀବାସୀ ଭୟରେ ଥରହର ହେଉଛନ୍ତି । ଏହି ଭୂକମ୍ପରେ ତୁର୍କୀରେ ୫ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନେ ତାସ୍‌ ଘର ପରି ଭୁଶୁଡ଼ି ଯାଇଛି । ତୁର୍କୀରେ ପ୍ରଥମ ଭୂକମ୍ପ ଯୋଗୁ ୧୦ଟି ସହର ପ୍ରଭାବିତ ହୋଇଥିଲା ।ଏନେଇ ତୁର୍କୀରେ ୭ ଦିନ ଜାତୀୟ ଶୋକ ଘୋଷଣା କରିଛନ୍ତି ସରକାର  । ଏଥିସହ ଏହି ଘଟଣା ପରେ ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏବେ ସୁଦ୍ଧା ବହୁ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର୍‌ସୋର୍‌ରେ ଉଦ୍ୟମ ଜାରି ରହିଛି। ଏହାରି ଭିତରେ ସିରିଆ ସରକାର ଅନ୍ତଃରାଷ୍ଟ୍ରୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ଏନେଇ ଦେଶରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଥିବା ବେଳେ ଆର୍ଥିକ ସ୍ଥିତି ଭୁଶୁଡିବା ଆଶଙ୍କା କରାଯାଉଛି । ୮୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କୁହାଯାଉଛି । ଏହି ପ୍ରାକୃତିକ ବିପର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.