ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲର ବିଶିଷ୍ଟ ଆଦର୍ଶ ଚାଷୀ ଧର୍ମୁ ପଧାନଙ୍କ ଆଜି ବୁଧବାର ପୂର୍ବାହ୍ନ ୯.୪୫ ସମୟରେ ତାଙ୍କ ନିଜ ବାସଭବନ ମାଣ୍ଡେଲ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପିଡିତ ହୋଇ ଶଯ୍ୟାଶାୟୀ ଥିଲେ । ସ୍ୱର୍ଗତ ପଧାନ ୧୯୯୭ ମସିହାରୁ ୨୦୦୨ ପର୍ଯ୍ୟନ୍ତ ଅବିଭକ୍ତ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରହିଥିଲେ । ସର୍ଗିଗୁଡା ଗ୍ରାମ ପଞ୍ଚାୟତ ବିଭାଜିତ ହୋଇ ନୂତନ ମାଣ୍ଡେଲ ଗ୍ରାମ ପଞ୍ଚାୟତ ଗଠିତ ହେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମାଣ୍ଡେଲ ନୂତନ ଗ୍ରାମ ପଞ୍ଚାୟତ ଗଠିତ ହେବାପରେ ସେ ତାଙ୍କ ବୋହୁଙ୍କୁ ମାଣ୍ଡେଲ ସରପଞ୍ଚ ଭାବରେ ଅବସ୍ଥାପିତ କରାଇଥିଲେ । ସେ କଳାହାଣ୍ଡି କୁଲତା ସମାଜ ସଂଗଠନର ପ୍ରଥମ ସଭାପତି ରହିଥିଲେ । ସେ ଜଣେ ଆଦର୍ଶ ଚାଷୀ ଭାବରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଅନେକ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ପ୍ରଚେଷ୍ଟାରେ ମାଣ୍ଡେଲ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଆରମ୍ଭ ହେବା ତାଙ୍କ ଶିକ୍ଷାପ୍ରେମ ନିଦର୍ଶନର ପ୍ରମାଣ ଦିଏ । ନର୍ଲା ବ୍ଲକ କୃଷକ ସଂଗଠନର ସେ ଉପଦେଷ୍ଟା ଥିଲେ । ଏହାବାଦ ବିଭିନ୍ନ ସମୟରେ ଅନେକ ସାମାଜିକ କାର୍ଯ୍ୟକ୍ରମରେ ସେ ପ୍ରତ୍ୟକ୍ଷ ଭାବରେ ଜଡିତ ରହୁଥିଲେ । ଅଞ୍ଚଳରେ ସେ ଜଣେ ଆଦର୍ଶ ଚାଷୀ, ଶିକ୍ଷାପ୍ରେମୀ ଓ ସମାଜସେବୀ ଭାବରେ ବେଶ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ତିନିପୁଅ, ତିନିଝିଅ ସମେତ ଆତ୍ମୀୟ ସ୍ୱଜନ, ମାଣ୍ଡେଲ ଜଗନ୍ନାଥ ହାଇସ୍କୁଲର ଶିକ୍ଷକ ଗଣ ଓ ମାଣ୍ଡେଲର ଜନସାଧାରଣ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ମାଣ୍ଡେଲ ସମିତି ସଦସ୍ୟା ସୀମନ୍ତିକା ଚାନ୍ଦ, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଶିକ୍ଷକ ସଂଘ ର ସମ୍ପାଦକ ଶରତ ଭୋଇ, ନର୍ଲା ସାମ୍ବାଦିକ ୟୁନିଅନ ତରଫରୁ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.