ବିବିସି ଅଫିସରେ ଆୟକର ସର୍ଭେ, ହିନ୍ଦୁ ସେନାର ପ୍ରତିବାଦ ପରେ ବଢ଼ିଲା ସୁରକ୍ଷା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ଦ୍ବିତୀୟ ଦିନ ମଧ୍ୟ ଆୟକର ବିଭାଗର ସର୍ଭେ କରିଛି। ୩୬ ଘଣ୍ଟାରୁ ଅଧିକ ସମୟ ସର୍ଭେ କରିଛି ଆୟକର ବିଭାଗ। ଅଫିସରେ ସ୍ଥିତି ସ୍ବାଭାବିକ ହୋଇନଥିବାରୁ ସମସ୍ତ ବିବିସି କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ତଦନ୍ତ ଅଧିକାରୀ କୌଣସି ଆପତ୍ତିଜନକ ଜିନିଷ ପାଇନଥିବା ସୂଚନା ରହିଛି। ଏହାପୂର୍ବରୁ ବୁଧବାର ଦିଲ୍ଲୀ କାର୍ଯ୍ୟାଳୟରେ ସୁରକ୍ଷା ବୃଦ୍ଧି କରାଯାଇଥିଲା ଏବଂ ଆଇଟିବିପି କର୍ମଚାରୀ ନିୟୋଜିତ ହୋଇଥିଲେ। ହିନ୍ଦୁ ସେନା ବିରୋଧ ପରେ ବିବିସି ଅଫିସ୍ ଫାଟକରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ସର୍ଭେ ସମୟରେ ଆୟକର ବିଭାଗର ଅଧିକାରୀମାନେ ଅଫିସର କିଛି କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ନେଇଥିଲେ। ଅଫିସରେ ଇଲେକ୍ଟ୍ରୋନିକ୍ ଏବଂ କାଗଜ ଆଧାରିତ ଆର୍ଥିକ ତଥ୍ୟ ସଂଗ୍ରହ କରିଛି ଆୟକର ଟିମ୍। ସୂଚନାନୁସାରେ ୨୦୧୨ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ବିବିସି ଦ୍ୱାରା ଏହାର ଅନ୍ୟ କମ୍ପାନୀଗୁଡିକ ସହିତ ବିଦେଶ ତଥା ଦେଶରେ କରାଯାଇଥିବା ଆର୍ଥିକ କାରବାର। ଲାଭ ଉପରେ ଟିକସ ପ୍ରଦାନ କରାଯାଇଛି କି ନାହିଁ ଯାଞ୍ଚ କରିଥିବା ସୂଚନା ରହିଛି। ସେହିପରି ତଦନ୍ତ ବେଳେ ଆଇଟି ବିଭାଗ ସେଲ କମ୍ପାନୀ, ପାଣ୍ଠି ସ୍ଥାନାନ୍ତର ଏବଂ ବିଦେଶରେ ଟଙ୍କା ନେଣଦେଣକୁ ନେଇ ତଦନ୍ତ କରୁଥିବା ସୂଚନା ରହିଛି। ଆୟକର ଅଧିକାରୀ ବିବିସିର ଅର୍ଥ ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଅନ୍ୟ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କୁ ମଙ୍ଗଳବାର ଏବଂ ବୁଧବାର ଅଫିସ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା। ଜଣେ କର୍ମଚାରୀ କହିଛନ୍ତି ଯେ ତଦନ୍ତରେ ସେମାନେ ସହଯୋଗ କରୁଛନ୍ତି ଏବଂ କାର୍ଯ୍ୟାଳୟ ପରିସରରେ ସ୍ୱାଭାବିକ ନହେବା ଯାଏ ଘରୁ ରହି କାମ କରିବାକୁ କୁହାଯାଇଛି। ବିରୋଧୀ ଦଳ ବିବିସି ବିରୋଧରେ ଆୟକର ସର୍ଭେକୁ ନିନ୍ଦା କରି ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରିଥିବା କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.