ଓଡ଼ିଆଳପୁର ପଂଚାୟତରେ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘଦିନ ହେଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଳପୁରକୁ ନୂତନ ପଂଚାୟତ ଭାବେ ଘୋଷଣା ହୋଇ ଏକ ଅସ୍ଥାୟୀ ଘରେ ପଂଚାୟତ କାର୍ଯ୍ୟ ଚାଲୁଥିବା ବେଳେ ପଂଚାୟତବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଯାବତ ସ୍ଥାୟୀ ଗୃହ ନିର୍ମାଣ ହୋଇପାରିନି। ତେଣୁ ତୁରନ୍ତ ପଂଚାୟତର ନୂତନ କୋଠା ନିର୍ମାଣ ପାଇଁ ବୁଧବାର ଦିନ ପଂଚାୟତର ପୁରୁଷ ଓ ମହିଳା ମାନେ ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ବିଡିଓ ବିକ୍ରମ ଦୋରା, ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ  ତହସିଲଦାର ରାଜ କିଶୋର ପଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ସିଆର ଜୋନ ଅନୁମୋଦନ ନଥାଇ ଖଲ୍ଲିକୋଟ ବ୍ଲକ ତରଫରୁ ଚିଲିକା କୂଳରେ ପଂଚାୟତ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପଂଚାୟତର ଅନ୍ୟ ରାଜସ୍ବ ଗ୍ରାମ ଗୁଡିକ ଦୂରତା ହେବ କାରଣରୁ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପି(ସି) ୧୧୩୮/୨୦୨୦ ରେ ଏକ ମାମଲା ରୁଜ୍ଜୁ କରି ସ୍ଥଗିତ କରିଥିବା ବେଳେ ଉକ୍ତ ପଂଚାୟତର ୫ ଗୋଟି ରାଜସ୍ବ ଗ୍ରାମକୁ ନିକଟତର ହେଉଥିବା କେନ୍ଦ୍ରସ୍ଥଳରେ ସରକାରୀ ଜମି ଚିହ୍ନିତ କରି ପଂଚାୟତ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହେବା ଫଳରେ କାର୍ଯ୍ୟାଳୟ ପ୍ରତିଷ୍ଠା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ସହ ବ୍ଲକ ପ୍ରଶାସନ ଠୋସ ନିଷ୍ପତି ନେବାରେ ବିଳମ୍ବକୁ ନେଇ ପଂଚାୟତବାସିଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.