ବିଷୁବ ବନ୍ଧୁ ମିଳନ ଓ କବିତା ଆସର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ରାୟଗଡା ଜିଲ୍ଲା ପକ୍ଷରୁ ବିଷୁବ ବନ୍ଧୁ ମିଳନ ଓ କବିତା ଆସର ଜେକେପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଆମ ପଞ୍ଚବଟୀ ସାହିତ୍ୟ ପତ୍ରିକାର ସମ୍ପାଦକ ସୁଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ତିଳୋତ୍ତମା ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା କବି ନୀଳମଣି ପାଟ୍ଟଯୋଶୀ ଯୋଗ ଦେଇଥିଲେ । ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ଶିଶୁ ମନ୍ଦିରର ଛାତ୍ର ଛାତ୍ରୀମାନେ ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ପରିଷଦର ଆଜୀବନ ସଦସ୍ୟ ନୀଳାଞ୍ଚଳ ମିଶ୍ର ଅତିଥି ପରିଚୟ କରିବା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ପରିଷଦର ଜିଲ୍ଲା ସଂଯୋଜକ ନିଳାମ୍ବର ମିଶ୍ର ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସାହିତ୍ୟ ପରିଷଦ ପକ୍ଷରୁ କବି ନୀଳମଣି ପାଟ୍ଟଯୋଶୀ ଏବଂ ସୁଶାନ୍ତ ନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶତାଧିକ କବି କବିୟିତ୍ରୀ, ଛାତ୍ର ଛାତ୍ରୀ ସ୍ଵରଚିତ ହିନ୍ଦି, ଓଡ଼ିଆ, ତେଲୁଗୁ କବିତାମାନ ପାଠ କରିଥିଲେ । କବିତା ଆସର ଅଧିବେଶନରେ ଅଧ୍ୟାପିକା ରାଜଲକ୍ଷ୍ମୀ ଦେବୀ, କବି ବିପିନି ବିହାରୀ ବିଶ୍ଵାଳ, କବି ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, କବି ପ୍ରଦୀପ ନାୟକ, କବି ପ୍ରଫୁଲ ପାଢ଼ୀ ମଞ୍ଚାସିନ ରହି କବିତା ଗୁଡିକର ସଂଯୋଜନା କରିଥିଲେ । ସାହିତ୍ୟ ପରିଷଦର ସଦସ୍ୟ ଅଧ୍ୟାପକ ଡକ୍ଟର ଭବାନୀଶଙ୍କର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କବି ହରିହର ଖମାରୀ, କେ ବୁଜି, ମହେଶ୍ଵତା ପାଣିଗ୍ରାହୀ, ପ୍ରତିମା ମିଶ୍ର, ଶିବସୁନ୍ଦର ପାଣିଗ୍ରାହୀ, ବାସନ୍ତୀ ପ୍ରିୟା ନାୟକ, ସୁଧାରାଣୀ ପାତ୍ର, ସିପିକା ଦେବୀ, ସସ୍ମିତା ରାଉତ, ଲକ୍ଷ୍ମୀ ନାରାୟଣ ଦଳପତି ରାୟ ଲୋକନାଥ ପଣ୍ଡା ଓ ଚନ୍ଦ୍ର କାନ୍ତ ଗିରି ସ୍ୱରଚିତ କବିତା ପାଠ କରିଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଧନ୍ୟବାଦ ଅର୍ପଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.