ଜୟପାଟଣା ବ୍ଳକର ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଭାବରେ ଯୋଗଦାନ କଲେ ନେପାଳ ବାଗ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ନମ୍ବର ୮୩୪, ତା୨୧/୦୪/୨୦୨୩ ରିଖ ଅନୁଯାୟୀ ଜୁନାଗଡ଼ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ବାଗ ଜୟପାଟଣା ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ସକାଳ ୯.୩୦ ସମୟରେ ଆସି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ବାଗଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜୟ ଯୋଶୀ, ସମ୍ପାଦକ ଲଲିତ କୁମାର ନାଏକ, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଉପସଭାପତି ସଞ୍ଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ରମାକାନ୍ତ ମାଝୀ, ଯୂଗ୍ମ ସମ୍ପାଦକ ଅନିଲ ପଟ୍ଟନାୟକ, ଜଗଦିଶ ପାନ, ଅଭିଷେକ ପଣ୍ଡା, ମିଡ଼ିଆ ସଂଯୋଜକ ଦେବେନ୍ଦ୍ର ରାଉତ, ପ୍ରଫୁଲ୍ଲ ବେହେରା, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ମୋହନ ଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସଂଘ ତରଫରୁ ଆସନ୍ତା ଦୁଇ ମାସର ବକେୟା ଦରମା କିପରି ଶିଘ୍ର ପାଇବା ସେ ସମ୍ପର୍କରେ ନବ ନିଯୁକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ବାଗ ମଧ୍ୟ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପରବର୍ତ୍ତୀ ସମୟରେ ଉମାଶଙ୍କର ଉଚ୍ଚ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦାନ କରିଥିଲେ । ନୂତନ ଶିକ୍ଷା ଅଧିକାରୀ ଯୋଗଦାନ କରିଥିବାରୁ ଶିକ୍ଷକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.