ଦ୍ୱାଦଶ ବିଜ୍ଞାନ ପରୀକ୍ଷା ଫଳ : ପ୍ରଗତି କଲେଜର ୨ ଜଣ ବିଦ୍ୟାର୍ଥୀ ୯୦%+ ରଖି କୃତକାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ସୁଶ୍ରୀ ବର୍ଷାରାଣୀ ବାଗ ୫୪୩ ନମ୍ବର (୯୦.୫୫%) ରଖିଥିବା ବେଳେ  ବିଭୁତି ଭୂଷଣ ନାଗ ୫୪୨ (୯୦.୩୩%) ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେହିଭଳି ଭାବରେ ଚଳିତ ବର୍ଷ ୫୦୦ରୁ ଉର୍ଦ୍ଧ୍ବ ନମ୍ବର ରଖି ୪୩ ଜଣ ଛାତ୍ରଛାତ୍ରୀ, ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ୬୧ ଜଣ ଛାତ୍ରଛାତ୍ରୀ ଏବଂ ୨୭୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେବା ସହିତ ପ୍ରଗତି କଲେଜର ଫଳାଫଳ ଶତ ପ୍ରତିଶତ ରହିଛି । ଚଳିତ ବର୍ଷର ଏହି ଆଶାତୀତ ଫଳାଫଳରେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମନରେ ବେଶ ଉତ୍ସାହ ସୃଷ୍ଟି ହେବା ସହିତ ଅଭିଭାବକମାନେ  ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରସଂଶା କରିଛନ୍ତି । ଉକ୍ତ ଫଳାଫଳକୁ ନେଇ କଲେଜର ଚେୟାରପର୍ସନ୍ ସୁଶ୍ରୀ ସଂଗୀତା ପଣ୍ଡା ଓ ସମ୍ପାଦକ ଅଜୟ କୁମାର ପଣ୍ଡା ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.