ଉତ୍କଟ ହେଉଛି ବିଜୁଳି ସମସ୍ୟା, ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ବିଜୁଳି ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟ ଶାସନ ସଚିବ ଓ ଶକ୍ତି ମନ୍ତ୍ରୀ I ମୁଖ୍ୟ ଶାସନ ସଚିବଙ୍କ ଟ୍ବିଟକୁ କାଉଣ୍ଟର କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଟାଟା ପାୱାର ସପକ୍ଷରେ ବାଢିଲେ ଯୁକ୍ତି ।ଟ୍ୱିଟ ଜରିଆରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ ମରାମତି ନାଁରେ ଲାଇନ୍ କଟିବା ଗ୍ରହଣୀୟ ନୁହେଁ । ଏହାସହ ଢିଲା କାମ ପାଇଁ ସେ ତାଗିଦ କରିବାକୁ ବି ପଛାଇ ନାହାନ୍ତି । ଏହାକୁ ନେଇ ଟାଟା ପାୱାର ସପକ୍ଷରେ ଶକ୍ତି ମନ୍ତ୍ରୀ କହିଲେ କାଳ ବୈଶାଖୀ ଦ୍ବାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଇଛି । ଖୁଣ୍ଟ ଲଗେଇ କି ତାର ଲଗେଇବା ସମୟ ସାପକ୍ଷ । ଆଖି ପିଛୁଳାକେ ତାହା ହୋଇଯିବ ନାହିଁ । ସେହିପରି ଆହୁରି କହିଛନ୍ତି ପାୱାର କଟ କେଉଁଠି ହେଉ ନାହିଁ । ପୁନର୍ବାର ମୁଁ କହୁଛି ଗଣ ମଧାମ ପାୱାର କଟ ଶବ୍ଦ ବ୍ୟବହାର ନ କରନ୍ତୁ । ପବନ ହେଲେ ଲାଇନ ଆମେ କାଟିବୁ ବାଧ୍ୟ । କାଳ ବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଇଛି । ଖୁଣ୍ଟ ଲଗେଇ କି ତାର ଲଗେଇବା ସମୟ ସାପକ୍ଷ । ରାଜ୍ୟର ବିଜୁଳି ସମସ୍ୟା ନେଇ ସୋମବାର ଲୋକସେବା ଭବନରେ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ରାଜ୍ୟର ୪ ବିଦ୍ୟୁତ ବିତରକ କମ୍ପାନୀର ସିଇଓଙ୍କୁ ବୈଠକରେ ଯୋଗ ଦେବା ପାଇଁ ଡକାଯାଇଛି। ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟା ଦୂର ନେଇ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।ସୂଚନାନୁସାରେ ,ଗୁରୁବାର ଭୁବନେଶ୍ୱରରରେ କାଳ ବୈଶାଖୀର ତାଣ୍ଡବ ପାରେ ପ୍ରାୟ ୬ ରୁ ୮ ଘଣ୍ଟା ଧରିଅନ୍ଧକାର ମାୟା ହୋଇ ପଡିଥିଲା ସାରା ସହର । ତେଣୁ ଟ୍ୱିଟରରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ। ଏପରିକି ସେ କହିଥିଲେ-କାଳବୈଶାଖୀରେ ଯଦି ଏମିତି ଅବସ୍ଥା, ବାତ୍ୟା ହେଲେ କଣ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.