ଆମର ପ୍ରାଚୀନ ଧର୍ମଧାରା : ବାଆଦି ଦେବତାଙ୍କ ବାର୍ଷିକ ତେଲ ହଳଦି ଯାତ୍ରା

କୋକସରା,୧୪/୫, ବିଶ୍ବର ଅନେକ ପ୍ରାଚୀନ ପରଂପରା, ସଂସ୍କୃତି ଓ ଧର୍ମ ଧାରା ଅବିଭକ୍ତ କଳାହାଣ୍ଡିରେ ଦେଖିବାକୁ ମିଳେ । ପ୍ରାକ ଐତିହାସିକ ଯୁଗର ଗୁଡ ହାଣ୍ଡି ଗୁଂଫା ଚିତ୍ର ହେଉକି ଖ୍ରୀ: ପୂ: ୫ ମ ଶତାବ୍ଦୀର ଅସୁରଗଡ ନଗର ସଭ୍ୟତା କିମ୍ବା ମାରାଗୁଡା ସଭ୍ୟତା, ଖଲିଗଡ, ଅମାଠଗଡ, ତାଲଭ୍ରମରକ ସଭ୍ୟତା ଆଦି ନିଜ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରି ଆଦିମ ସଂସ୍କୃତି ଓ ଧାର୍ମିକ ପରଂପରାର ଉଦଘୋଷଣା କରେ । ଏହି ଅଞ୍ଚଳରେ ଆଦିମ କାଳରୁ ଚାଲି ଆସୁଥିବା ଅନେକ ଧାର୍ମିକ ପରଂପରା ଆଜି ମଧ୍ୟ ଅନେକ ଘାତ ପ୍ରତିଘାତ ଓ ବିବର୍ତ୍ତନର ଧାରା ସତ୍ତ୍ବେ ବଞ୍ଚିରହିଛି । ସେହି କ୍ରମରେ କୋକସରା ବ୍ଲକ ଅର୍ନ୍ତଗତ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ର ସର୍ଗିଗୁଡା ଠାରେ ବାଆଦି ଦେବତାଙ୍କ ବାର୍ଷିକ ତେଲ ହଳଦି ଯାତ୍ର ପାରମ୍ପାରିକ ରିତିନୀତିରେ ଅନୁକ୍ରମରେ ଅନୁଷ୍ଠିତ ହୋଇଥିଲା ।

ତେଲ ହଳଦି ଯାତ୍ରା : ମୂଖ୍ୟ ଦେବତା ବାଆଦିଙ୍କ ସହ ଠାକୁରାଣି, ମାଟି ଦେବତା ଓ ୧୨ଭାଇ ଭୀମା ଙ୍କ ଉପାସନାର ପର୍ବ

ଆଦିବାସୀ ବହୁଲ ଅଂଚଳ ହୋଇଥିବାରୁ ଏଠାରେ ଦେବା ଦେବୀଙ୍କ ସ୍ଥାନ ସ୍ୱତନ୍ତ୍ର ହୋଇଥାଏ । ତେଣୁ ପୂର୍ବ ପୁରୁଷାରୁ ଏହି ଯାତ୍ରାଙ୍କୁ ଅଞ୍ଚଳବାସୀ ବିଭିନ୍ନ ଅଭାବ ଅନାଟନରେ ମଧ୍ୟ ବଜାୟ ରଖିଛନ୍ତି । ଅଞ୍ଚଳର ବରିଷ୍ଠ ବ୍ୟକ୍ତି ମାନଙ୍କ କହିବା ମୂତାବକ ପୂର୍ବରୁ ବୈଶାଖ ମାସ ତୃତୀୟା ଆରମ୍ଭ ଠାରୁ ୧୨ଟି ରବିବାର ଗଲାପରେ ଏହି ତେଲ ହଲଦି ଯାତ୍ରା ସମାପନ କରାଯାଉଥିଲା ଏବେ କିନ୍ତୁ ବୈଶାଖ ମାସ ତୃତୀୟା ଠାରୁ ସପ୍ତମ ରବିବାରରେ ଏହି ତେଲ ହଲଦି ଯାତ୍ର ସଂର୍ପନ୍ନ କରାଯାଉଛି । ଏଠାରେ ବାଆଦି ଠାକୁର ମୂଖ୍ୟ ଦେବାତା ଭାବେ ପୁଜା ପାଉଥିବା ବେଲେ ଠାକୁରାଣି, ମାଟି ଦେବତା ଓ ୧୨ଭାଇ ଭୀମା ଙ୍କୁ ପଜାର୍ଚ୍ଚନା କରାଯାଇଥାଏ ।  ଚାଷ ଆରମ୍ଭ କରିବା ପୂର୍ବରୁ ଭଲ ବର୍ଷା ସହିତ କୃଷି ଓ ଅଂଚଳର ସମସ୍ତେ ସୁଖ ଶାନ୍ତିରେ ରହିବେ ବୋଲି ଏହି ଯାତ୍ରାର ପରିକଳ୍ପନା କରିଥାଇପାରନ୍ତି ଆଦିମ ସମାଜ । ବିଶ୍ୱାସ ରହିଛି ପ୍ରତି ବର୍ଷ ଏହି ତେଲ ହଲଦି ଯାତ୍ରା କଲେ ଗ୍ରାମର ତଥା ଅଞ୍ଚଳର ଶୁଭ ହୋଇଥାଏ ।

ଏହି ଯାତ୍ରାରେ ଶତାଧିକ ମାନସିକ ଧାରି ଶ୍ରଧାଳୁ ମାନେ ଯୋଗଦେଇ ଦେବା ଦେବୀଙ୍କ ପାଖରେ ଆର୍ଶିବାଦ ଭିକ୍ଷା କରିବା ସହ ଶୁକ୍ଲ ଭୋଗ ଓ ରକ୍ତ ଭୋଗ ଅର୍ପଣ କରିଥାନ୍ତି । ଗ୍ରାମର ସମସ୍ତ ଲୋକେ ଏକଜୁଟ୍ ହୋଇ ଦେବାଦେବୀଙ୍କୁ ତେଲ ହଲଦି ପାଣିରେ ସ୍ନାନ କରାଇବା ପରେ ଡାଲବେହଲେନ କାର୍ଯ୍ୟ କରାଯାଇଥାଏ । ପୁଜକ ଦେବ ପୁଝାରୀ ଓ ପିତାମ ପୁଝାରୀ ପୁଜାର୍ଚ୍ଚନା କରିଥିବା ବେଲେ ବିଭିନ୍ନ କାର୍ଯ୍ୟରେ ଧନବଲ ମାଝୀ, କୃତ୍ତି ମାଝୀ, ଲଲିତ ନାଏକ, ସହଦେବ ମାଝୀ, ରତନ ଦିଶାରୀ, ଶିବ ମାଝୀ, ଖଗେଶ୍ୱର ମାଝୀ, ନିରନ ଦିଶାରୀ ସମେତ ବହୁ ଗ୍ରାମବାସୀ ସହେଯାଗ କରିଥିଲେ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.