ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବରିଷ୍ଠ ବିଜେଡି ନେତା ଏନ.ଭାସ୍କର ରାଓଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ କରିବା ପରେ ରାୟଗଡା ନିର୍ବାଚନ ମଣ୍ଡଳି ବିଜେଡି ଶିବିର ଏବେ ଉତ୍ସବ ମୁଖର ହୋଇପଡିଛି । ଆଜି ପୂର୍ବତନ ରାଜ୍ୟସଭା ସାଂସଦ ତଥା ନବନିଯୁକ୍ତ ରାଜ୍ୟ ଉପସଭାପତି ଭାସ୍କର ରାଓଙ୍କ ରାୟଗଡା ସ୍ଥିତ ବାସଭବନ ଠାରେ ବିଜେଡି କର୍ମୀ ତଥା କାର୍ଯ୍ୟକର୍ତା, ବିଜେଡି କାଉନସିଲର, ଲୋକ ପ୍ରତିନିଧି ଓ ସମର୍ଥକମାନେ ବାଣ ଫୁଟାଇ, ବାଜାର ତାଳେ ତାଳେ ନାଚଗୀତରେ ଝୁମି ଉଠିଥିଲେ । ଖୁସିରେ ପରିସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ଭାସ୍କର ରାଓ ଜିନ୍ଦାବାଦ ନାରା ଦେଇ ନାଚଗୀତରେ ମସଗୁଲ ହେଲେ ସମସ୍ତେ ।
ନିଜ ନେତା ଭାସ୍କର ରାଓଙ୍କୁ ଦଳ ସୁପ୍ରିମୋ ନୀବନ ପଟ୍ଟନାୟକ ନିଜ ଦଳର ଉପସଭାପତି ଭାବେ ମନୋନୀତ କରିଥିବାରୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ନେତୃମଣ୍ଡଳି । ରାୟଗଡା ବିଜେଡିର ବରିଷ୍ଠ ତଥା ଟାଣୁଆ ବିଜେଡି ନେତା ଭାସ୍କର ରାଓ ସ୍ୱର୍ଗତଃ ବିଜୁ ବାବୁଙ୍କ ଅନୁଗତ ରହିଆସିଛନ୍ତି । ସେ ଦୀର୍ଘ ୫୦ବର୍ଷର ନିଜ ରାଜନୈତିକ ଜୀବନରେ ବିଜେଡି ପାଇଁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି ।
ବିଜେଡିରେ ରହି ସେ ଜିଲ୍ଳା ସଭାପତି, ରାଜ୍ୟ ସାଧାରଣ ସଂପାଦକ, ରାଜ୍ୟ ଉପସଭାପତି ପଦବୀରେ ପୂର୍ବରୁ ରହି ଆସିଥିବା ବେଳେ ବିଭିନ୍ନ ନିଗମର ଅଧ୍ୟକ୍ଷ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ନିକଟରେ ରାଜ୍ୟସଭା ସାଂସଦ ଭାବେ ନିଜ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଯେ କୈାଣସି ନିର୍ବାଚନରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଭାସ୍କର ରାଓଙ୍କ ଗୋଟି ଚାଳନା ତଥା ରଣନୀତି ସବୁବେଳେ ଦଳ ପାଇଁ ସଫଳତା ଆଣୁଥିବାରୁ ପୁଣି ଥରେ ଦଳ ସୁପ୍ରିମୋ ତାଙ୍କ ଉପରେ ବିଶ୍ୱାସ ରଖି ରାଜ୍ୟ ଉପସଭାପତି ପଦବୀରେ ମନୋନୀତ କରିଛନ୍ତି ।
ରାୟଗଡା ପୈାରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ରାଜ୍ୟ ବିଜୁ ମହିଳା ଜନତା ଦଳର ଉପସଭାପତି ସୁଜାତା ପାଳ, ଓଡିଶା ମୋ ପରିବାର ଜିଲ୍ଳା ଆବାହକ ବିନାୟକ କରଙ୍କ ସମେତ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ବି.ତିରୁପତି, ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲ୍ଳା ସାଧାରଣ ସଂପାଦକ ଅମୀୟ ସ୍ୱାଇଁ, ଚନ୍ଦ୍ରକାନ୍ତ ସାମଲ, ମଂଜୁଶ୍ରୀ ମୁର୍ଖାଜୀ, ଶର୍ମିତା ପାଢୀ, ସନ୍ୟାସି ରାଜୁ, ଏମ.ଗଙ୍ଗାଧର, ତପନ ପେଦେଂଟି, ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କ ସମତେ ରାୟଗଡା ଜିଲ୍ଳାର ୩ଟି ନିର୍ବାଚନୀ ମଣ୍ଡଳିର ବିଧାୟକ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ରାଜ୍ୟ ଉପସଭାପତି ଭାସ୍କର ରାଓଙ୍କ ନେତୃତ୍ୱରେ ସମସ୍ତେ ତୃଣମୂଳସ୍ତରରୁ କାମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବୁ ବୋଲି ପ୍ରକାଶ କରିଛନ୍ତି ବିଜେଡି ନେତୃବୃନ୍ଦ ।