ପୁନେରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ

ଓଡ଼ିଆ ବାର୍ତ୍ତା/ ପୁନେ: ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌କୁ ମିଳିଛି ସଫଳତା। ପୁନେରୁ ରାସାୟନିକ ସାମଗ୍ରୀ ସହ ଲାବରେଟୋରୀ ଉପକରଣ ଜବତ କରିଛି ମହାରାଷ୍ଟ୍ର ଏଟିଏସ୍‌। ଗତ ମାସ ୧୮ ତାରିଖରେ ୨ ସନ୍ଦିଗ୍ଧ ଆତଙ୍କବାଦୀକୁ ପୁନେ ପୋଲିସ କୋଥରୁଦ୍‌ ଅଞ୍ଚଳରୁ ଗିରଫ କରିଥିଲା। ପଚରାଉଚୁରା ବେଳେ ସେମାନଙ୍କ ମଧ୍ୟରୁ ଇମ୍ରାନ ଖାନ୍‌ ନାମକ ବ୍ୟକ୍ତି ବୋମା ତିଆରି ପାଇଁ ଏହି ସାମଗ୍ରୀ ଲୁଚାଇ ରଖିଥିବା ସୂଚନା ଦେଇଥିଲା। ସୂଚନା ଆଧାରରେ ସମସ୍ତ ସାମଗ୍ରୀ ଜବତ କରିଥିବା ଏଟିଏସ୍‌ର ଜଣେ ଅଧିକାରୀ କହିଛନ୍ତି।

Omkar Vasthu
Omkar Vasthu

ଜବତ ସାମଗ୍ରୀ ମଧ୍ୟରେ କେମିକାଲ ପାଉଡର, ଅଙ୍ଗାର, ଥର୍ମୋମିଟର, ଡ୍ରପର, ସୋଲ୍ଡରିଂ ଗନ୍‌, ମଲ୍ଟିମିଟର, ଛୋଟ ବଲ୍‌ବ, ବ୍ୟାଟେରି ଆଦି ରହିଛି। ଖାନ୍‌ଙ୍କ ସହ ମହମ୍ମଦ ୟୁନୁସ ମହମ୍ମଦ ୟାକୁବ ସାକି(୨୪) ଏନ୍‌ଆଇଏର ୱାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ସେମାନେ ରାଜସ୍ଥାନର ଆତଙ୍କବାଦୀ ଆକ୍ରମଣ ଘଟଣା ସହ ସମ୍ପୃକ୍ତ ଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

ଏଟିଏସ୍ ସୂତ୍ରରୁ ପ୍ରକାଶ ଯେ ପୂର୍ବରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଜବତ ହୋଇଥିବା ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣରୁ ଏଟିଏସ୍ ପ୍ରାୟ ୫୦୦ ଗିଗାବାଇଟ୍ ଡାଟା ଜବତ କରିଥିଲା। ସୂଚନାନୁସାରେ, ଏଟିଏସ୍ ଦ୍ୱାରା ଉଦ୍ଧାର ହୋଇଥିବା ତଥ୍ୟକୁ ଅଧିକ ବିଶ୍ଳେଷଣ ପାଇଁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) କୁ ପଠାଯାଇଛି।

Udyog Nursery
Udyogi Nursery

ସୂତ୍ରରୁ ପ୍ରକାଶ ଯେ ଏହି ତଥ୍ୟରେ ପୁନେ ଜିଲ୍ଲାର ବିଭିନ୍ନ ସ୍ଥାନର ଡ୍ରୋନ ଫଟୋଗ୍ରାଫ ଏବଂ ଗୁଗୁଲ ମ୍ୟାପରୁ ବିଭିନ୍ନ ସ୍ଥାନର ସ୍କ୍ରିନସଟ୍ ରହିଛି। ଏଥିରେ ମୁମ୍ବାଇର ଚବାଡ ହାଉସର କିଛି ଚିତ୍ର ମଧ୍ୟ ରହିଛି। ଏହି ସମୟରେ, ରାଜସ୍ଥାନରେ ଆକ୍ରମଣ ଯୋଜନା ପାଇଁ ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କଠାରୁ ଚବାଡ ହାଉସର ଫଟୋ ଜବତ ହେବା ପରେ ମୁମ୍ବାଇ ପୋଲିସ କୋଲାବାସ୍ଥିତ ଚବାଡ ହାଉସ ବାହାରେ ସୁରକ୍ଷାକୁ ଆହୁରି କଡା କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.