ଲୋକସଭାରେ ଆଗତ ହେଲା ଦିଲ୍ଲୀ ଅଧ୍ୟାଦେଶ ବିଲ୍‌, ସମର୍ଥନ କଲା ବିଜେଡି

ଓଡ଼ିଆ ବାର୍ତ୍ତା/  ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ଆଉ ବିଲ୍‌କୁ ସମର୍ଥନ ଜଣାଇଛି ବିଜେଡି। ଏହାସହ ବିଜେଡି ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନକୁ ବିରୋଧ କରିବ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ପୂର୍ବରୁ କେନ୍ଦ୍ର ସରକାରଙ୍କ ସେବା ନିୟନ୍ତ୍ରଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ବିଲ୍ ଉପରେ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବା ବେଳେ ଆଜି ଏହି ବିଲ୍‌କୁ ସମର୍ଥନ କରିଛି ବିଜେଡି।

Omkar Vasthu
Omkar Vasthu

ଅନ୍ୟପଟେ ଲୋକସଭାରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍କୁ ନେଇ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ସମ୍ବିଧାନକୁ ଦୁର୍ବଳ କରୁଛନ୍ତି। ଦିଲ୍ଲୀ ସରକାରଙ୍କ ଅଧିକାରକୁ ହ୍ରାସ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଅଧୀର ରଞ୍ଜନ କହିଛନ୍ତି। ସେ କହିଛନ୍ତି ଯେ ଏହି ବିଲ୍‌ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି। ସେପଟେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ବିଜେପିକୁ ଗଣତନ୍ତ୍ର ଏବଂ ସମ୍ବିଧାନ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ରାଘବ ଚଡ୍ଡା କହିଛନ୍ତି ଯେ ଯଦି ଏହି ବିଲ୍ ପାରିତ ହୁଏ ତେବେ ଦିଲ୍ଲୀରେ ବିଦ୍ୟୁତ୍‌ ଓ ଜଳ ବିଲ ଶୂନକୁ ଆସିବ କି ନାହିଁ ତାହା ବିଜେପିର ଏଲ୍‌ଜି ନିଷ୍ପତ୍ତି ନେବ।

Pearl dental clinic
Near Ashish Medical Store, Bhawanipatna

ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଜି ଆଗତ ହୋଇଥିବା ଦିଲ୍ଲୀ ଅଧ୍ୟାଦେଶ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହିତ ଏନଡିଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସୂଚନା ଥାଉକି, ଲୋକସଭାରେ ଏନଡିଏର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ବିଲକୁ ବିଜେଡି ସମର୍ଥନ ଜଣାଇବ ନା ନାହିଁ ସେ ନେଇ ଦ୍ୱନ୍ଦ ଥିଲା। ହେଲେ ୱାଇଏସ୍‌ଆର କଂଗ୍ରେସର ସାଂସଦମାନେ ଏହାକୁ ସମର୍ଥନ ଘୋଷଣା କରିଥିଲେ। ଯାହାପରେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶକୁ ସହଜରେ ପାରିତ କରିପାରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.