ଥେରୁବାଲି ନାଗରିକ ମଞ୍ଚ ପକ୍ଷରୁ ରେଳ କର୍ତ୍ତୃପକ୍ଷଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପୂର୍ଵତଟ ରେଳବାଇ କର୍ତ୍ତୃପକ୍ଷ ଙ୍କ ନିଷ୍ପତି କ୍ରମେ ଗତ ଶନିବାର ଦିନ ଜଗଦଲପୁର-ହାୱାଡ଼ା-ସମଲେଶ୍ଵରୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଠାରେ ରହଣୀ କରିଥିଲା । ସେହିପରି ଗତ ଜୁଲାଇ ୭ରେ ବହୁ ପ୍ରତିକ୍ଷିତ ଜୁନାଗଡ଼ – ଭୂବନେଶ୍ଵର ଏକ୍ସପ୍ରେସ ଏବଂ ରାତ୍ର ସାଢେ ୧୨ଟା ସମୟରେ ବିଶାଖାପାଟଣାମ୍ – କୋରବା ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଠାରେ ରହଣୀ କରିଥିଲା। ଏଥି ପାଇଁ ନାଗରିକ ମଂଚ ଥେରୁବାଲ ଏବଂ ଅଂଚଳ ବାସୀଙ୍କ ତରପଂରୁ ଗତକାଲି ଏକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ରେଳ ଷ୍ଟେସନରେ ଯାଉଥିବା ଏକ୍ସପ୍ରେସ ଟ୍ରେନ ଚାଳକ ଙ୍କୁ ପୁଷ୍ପାଗୁଚ୍ଛ ଦେଇ ଧନ୍ୟବାଦ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା | ଏହି ଅବସରରେ ଟ୍ରେନ ରହଣି ପାଇଁ ଦାବି ଉଠାଇଥିବା ଜନ ପ୍ରତିନିଧି ପୂର୍ବତନ ରାଜ୍ଯ ସଭା ସାଂସଦ ତଥା ବିଜେଡି ରାଜ୍ୟ ଉପ ସଭାପତି ଏନ୍.ଭାସ୍କର ରାଓ, କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲ୍ଲକା ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାୟଗଡା ଜିଲ୍ଲା ସଭାପତି ଶିବ ପଟନାୟକ ପ୍ରମୁଖଙ୍କୁ ଭୁରି ଭୁରି ପ୍ରସଂଶା କରିବା ସହିତ ଧନ୍ଯବାଦ ଅର୍ପଣ କରାଯାଇଥିଲା । ଥେରୁବାଲି ନାଗରିକ ମଞ୍ଚର ଦାବି ମଧ୍ୟରୁ ରେଳବାଇ କର୍ତ୍ତୃପକ୍ଷ ତିନୋଟି ଏକ୍ସପ୍ରେସ ଟ୍ରେନ ରହଣି ବ୍ୟବସ୍ଥା କରିଥିବା ବେଳେ ବଳକା ଥିବା ଆଉ ୩ ଟି ଟ୍ରେନ ରହଣି ଏବଂ ଷ୍ଟେସନର ସମ୍ପୂର୍ଣ୍ଣ ରୂପେ ଉନ୍ନତିକରଣ କରାଯିବା ପାଇଁ ପଦକ୍ଷେପ ନେବା ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିବା ବେଳେ ଏସବୁ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମତ୍ତ ପ୍ରକାଶ ପାଇଥିଲା | ଏଥିରେ ନାଗରିକ ମଂଚ ସଭାପତି ଅଶୋକ ହିକକା, ଉପସଭାପତି ଜଗଦୀଶ ମହାପାତ୍ର, ସାଧାରଣ ସମ୍ପାଦକ ଭାସ୍କର କୁମାର ଅମରସିଙ୍ଗ୍, କୋଷାଧ୍ୟକ୍ଷ ରଘୁନାଥ କାମ୍ବା କୋଲନରା ପଂଚାୟତ ସମିତି ଉପାଧ୍ୟକ୍ଷ ହଳଧର ହିମିରିକା,ପୂର୍ବତନ ଉପାଧ୍ୟକ୍ଷ ତେଜରାଜ ନାଗ୍, ଥେରୁବାଲି ସରପଂଚ ମମତା ପୁଲାକା, ସମିତି ମେମ୍ବର ସାମନ୍ତି ହିକକା,କେଲିଗୁଡ଼ା ସରପଂଚ ଶୁସାନ୍ତି କୁଟ୍ରୁକା, ସମିତି ମେମ୍ବର ରଜନି କାଡ଼୍ରାକା,କାର୍ତିକାଗୁଡ଼ା ସରପଂଚ ରିନା, କାଡ଼୍ରାକା, ସମିତି ମେମ୍ବର ପ୍ରଦିପ ମେଲେକା, ନିରଂଜନ ପାତ୍ର, ନକୁଳ ସେନାପତି, ସଂଜୟ ପାଣିଗ୍ରାହୀ, ଲକ୍ଷି ହନ୍ତାଳ , ଏମ୍ ଲୋକେଶ, ମୋନଜ ରଥ,ଅନୁପ ବିଶ୍ବାସ, ନାରାୟଣ ଦତ୍ତ,ନେହେରୁ ରତନ୍, ପରେମଶ୍ବର ନିଳଗିରି, ବୋଗି ସୁଧାକର, କୋମଲ ନିଳଗିରି, ସନ୍ତୋଷ ଗୌଡ଼, ଆରିଆ ବୁଡ଼ୁ ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.