ଭିଟାମାଟିକୁ ଆସି ପାରିଲାନି ଦାଦନ ଶ୍ରମିକଙ୍କ ମୃତ ଦେହ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ଦୀର୍ଘ ଦିନ ଧରି ଶାସନରେ ରହିବା ପରେ ମଧ୍ୟ କୋଣସି ନିଯୁକ୍ତି ସୁଯୋଗ ସୃଷ୍ଟି କରି ନ ପାରିବା ଫଳରେ ବେକାର ଯୁବକ ଯୁବତୀମାନେ ବାଧ୍ୟ ହୋଇ ଦାଦନ ଶ୍ରମିକ ଭାବରେ ରାଜ୍ୟ ବାହାରକୁ କାମ ଧନ୍ଦା ଅନେଶ୍ନଣରେ ଯାଇ ସମୟ ସମୟରେ ଘୋର ବିପତ୍ତିର ସମ୍ମୁଖୀନ ହେଉଛନ୍ତି l ଏପରିକି ବିଭିନ୍ନ ସମୟରେ ଅନେକ ଦାଦନ ଶ୍ରମିକଙ୍କ ଜୀବନ ଚାଲିଯାଉଥିବା ବେଳେ ଅନେକ ଅଙ୍ଗ ପ୍ରତ୍ୟଙ୍ଗ ହରାଇ ବିକଳାଙ୍ଗ ଅବସ୍ଥାରେ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି l ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ଗାଁରେ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ପ୍ରକାଶ ଯେ , ବଲାଙ୍ଗୀର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ଭାବରେ ପରିଚିତ l ଏହି ଜିଲ୍ଲାରୁ ପ୍ରତି ବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବା ପାଇଁ ବିଭିନ୍ନ ରାଜ୍ୟକୁ ଚାଲିଯାଇଥାନ୍ତି l ଏଥିରେ ଶିଶକେଲା ଗାଁର ରଘୁନାଥ ରଣାଙ୍କ ପୁଅ ଅନିଲ ରଣା (୩୭) ଦାଦନ ଶ୍ରମିକ ଭାବେ ଯାଇ ସେଠାରେ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାଯାଇଛି l ତାଙ୍କ ୨ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ୬ଜଣ ପ୍ରାଣୀକୁଟୁମ୍ବଙ୍କୁ ପତିପୋଷଣ କରିବା ପାଇଁ ଏଠାରେ କୋଣସି କାମ ଧନ୍ଦା ନ ପାଇବା ଫଳରେ ବାଧ୍ୟ ହୋଇ  ବର୍ଷେ ତଳେ ଗୁଜୁରାଟର ଅହମଦାବାଦରେ ଶ୍ରମିକ ଭାବରେ କାଯ୍ୟ କରୁଥିଲା l କିନ୍ତୁ ଭାଗ୍ୟର ବିଡମ୍ବନା ଦଇବ ତାଙ୍କ ପରିବାର ପ୍ରତି ଦାଉ ସାଜିଲା l ସେ ହଠାତ ଗତ ୪ ତାରିଖ ଅହମଦାବାଦ ଠାରେ ରାତି ୧୦ ଘଣ୍ଟା ସମୟରେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ସାଙ୍ଗରେ ଥିବା ଅନ୍ୟ ସାଥିମାନେ ନିକଟସ୍ଥ ଭୋଳାର ସିଭିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଯାହା ତାଙ୍କ ପରିବାର ଉପରେ ବ୍ରଜ ପଡିଲା ସଦୃଶ ଆଘାତ ଦେଇଥିଲା l ଏଠାରେ ସ୍ତ୍ରୀ ଓ ପରିବାର ଲୋକେ ଖବର ପରେ ଛାତି ଫଟାଇ କାନ୍ଦୁଥିବା ବେଳେ ଅହମଦାବାଦରୁ ଶବ କେମିତି ଆସିବ ଓ ପରିବାର ଲୋକେ ତାଙ୍କ ଶେଷ ଦର୍ଶନ କରି ଶବ ସଂସ୍କାର କରିବେ l ସେହି ଚିନ୍ତାରେ ରହିଥିଲେ କିନ୍ତୁ ତାଙ୍କ ଶବ ଏଠାକୁ ଆଣିବା ପାଇଁ ଅର୍ଥ ଆବଶ୍ୟକ ଥିବାବେଳେ ସେଠାରେ କାମ କରୁଥିବା ସଂସ୍ଥା କୋଣସି ସହଯୋଗ ନ କରିବାରୁ ଅର୍ଥ ଅଭାବରୁ ଶବ ନିଜ ଜନ୍ମମାଟି ଗାଁକୁ ଅଣାଯାଇ ପାରି ନ ଥିଲା l ଶେଷରେ ତାଙ୍କ ସାଥିମାନେ କୋଣସି ଉପାୟ ନ ପାଇଁ ଶବ ଦାହ କରି ଦେଇଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଥିଲେ l ଏଣୁ ଉକ୍ତ ପରିବାରକୁ ଆର୍ଥିକ ସାହାଯ୍ୟ କରାଗଲେ ତାଙ୍କର ଶୁଦ୍ଧ କ୍ରିୟା କରିବା ସହ ପରିବାରକୁ ସ୍ଥାୟୀ କର୍ମଯୋଗାଣ ବ୍ୟବସ୍ଥା କରା ନ କଲେ ଭବିଷ୍ୟତରେ ଏକ ଦୁଃଖ ଭୋଗିବେ ବୋଲି ଶିଶକେଲା ସମିତି ସଭ୍ୟ ଉମାକାନ୍ତ ରଣା ଦାବୀ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.