ଭବାନୀପାଟଣାଠାରେ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଏଣ୍ଟରପ୍ରାଇଜର୍ସିପ୍ ଏବଂ କ୍ଷୁଦ୍ର ବ୍ୟବସାୟ ବିକାଶ ଏବଂ ଜେଏସ୍ଏସ୍ ଦ୍ୱାରା ମିଳିତରେ ଆନୁକୂଲ୍ୟରେ ୫ ଦିନିଆ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥା କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀ ସଭାପତିତ୍ୱ କରି ଥିବା ବେଳେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଏଣ୍ଟରପ୍ରାଇଜର୍ସିପ୍ ଏବଂ କ୍ଷୁଦ୍ର ବ୍ୟବସାୟ ବିକାଶର ପ୍ରଶିକ୍ଷଣ ଶୈଳେସ ରାୱତ ବଜାରର ଶକ୍ତି ଏବଂ ଦୁର୍ବଳତା, ମାର୍କେଟିଂ ସର୍ଭେ, ଉତ୍ପାଦ ଚୟନ ପ୍ରଡକ୍ସନ୍ ଟେକ୍ନିକ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଧାରଣା ପରି ଯେ କୌଣସି ପ୍ରକଳ୍ପକୁ ସଫଳତାର ସହ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ଉପରେ ସମସ୍ତ ଶିକ୍ଷାର୍ଥୀଙ୍କୁ ଅବଗତ କରିଥିଲେ l ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଏଣ୍ଟରପ୍ରାଇଜର୍ସିପ୍ ଏବଂ କ୍ଷୁଦ୍ର ବ୍ୟବସାୟ ବିକାଶ ସଂଯୋଜକ ରାହୁଲ ଭଟ ଡିଜିଟାଲ, ଟେକ୍ନୋଲୋଜି ବିଷୟ ରେ ସମସ୍ତ ଙ୍କୁ ଜଣେଇଥିଲେ l
ଶେଷ ଦିନର ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧ୍ରୁବ ପ୍ରସାଦ ସିଂ ଲିଡ଼ ବ୍ୟାଙ୍କ ମ୍ୟାନେଜର ଯୋଗଦାନ କରିଥିଲେ ଓ ବିଭିନ୍ନ ସବସିଡ୍ ସ୍କିମ୍ ବିଷୟରେ ସୂଚନା ଦେଇଥିଲେ ଏବଂ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା, ପାଇଁ ଏକ ଭଲ ଆର୍ଥିକ ସାସ୍ଥ୍ୟ ବଜାୟ ରଖିବାକୁ ଉପଦେଶ ଦେଇଥିଲେ l ଏବଂ ଧ୍ରୁବ ପ୍ରସାଦ ସିଂଙ୍କ ଜରିଆରେ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକମ ଅନୁଷ୍ଠିତ ହୋଇଥଲା l ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ସହ ଯୋଗ କରିଥିଲେ ଜନ ଶିକ୍ଷଣ ସଂସ୍ଥା କଳାହାଣ୍ଡିର ପ୍ରୋଗ୍ରାମ ଅଫିସର ବୁଲୁ ପୁଲେଇ, ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ, ଫିଲ୍ଡ ଆସିଷ୍ଟାଣ୍ଟ  କ୍ଷୀରମଣୀ କୁମାର, କମ୍ପୁଟର ଅପରେଟର ଲିପାମଣୀ ନାଗ ଆକାଉଣ୍ଟଟେଣ୍ଟ  ଅମ୍ବେ ପ୍ରସାଦ ପ୍ରଧାନୀ ପ୍ରମୁଖ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.