ଉଦଯାପିତ ହେଲା ୧୨ ଦିନିଆ ହିନ୍ଦୀ ଶିକ୍ଷକ ନବୀକରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରା ,ଭୁବନେଶ୍ବର କେନ୍ଦ୍ର, ଓଡିଶା ସରକାରଙ୍କ ତରଫରୁ ୧୨ ଦିନିଆ ନବୀକରଣ କାର୍ଯ୍ୟକ୍ରମ ଗତ ଅଗଷ୍ଟ ୧ ତାରିଖରେ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖରେ ସମାପ୍ତ ହୋଇଥିଲା। ୧ ତାରିଖ ଉଦ୍ଘାଟନ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ଡଃ ରଞ୍ଜନ କୁମାର ଦାଶ ଓ ହିନ୍ଦୀ ସଂସ୍ଥାନ ଆଗ୍ରା ର ପ୍ରଫେସର ଚନ୍ଦ୍ର ପ୍ରତାପ ସିଂ ଡକ୍ଟର ଲକ୍ଷ୍ମୀଧର ଦାଶ ୧୨ ଦିନ ହିନ୍ଦୀ ଶିକ୍ଷା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଯାହା ହିନ୍ଦୀ ଶିକ୍ଷା ଓ ଶିକ୍ଷକଙ୍କ ପାଇଁ ବହୁତ ଲାଭଦାୟକ ଥିଲା। ଏହି ଶିକ୍ଷଣ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ରାୟଗଡା ଠାରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବୁ ପ୍ରକାର ସହଯୋଗ କରିଥିଲେ। ଏଥିରେ ସମଗ୍ର ରାୟଗଡା ଜିଲ୍ଲାର ୭୩ ଜଣ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଗତ ୧୨ ତାରିଖରେ ସମାପନ କାର୍ଯ୍ୟକ୍ରମରେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଡକ୍ଟର ରଞ୍ଜନ ଦାଶ, ପ୍ରୋଫେସର ଚନ୍ଦ୍ରପ୍ରତାପ ସିଂ,ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସାଧୁବାଦ ଜଣାଇ ଥିଲେ । ସମସ୍ତଙ୍କ ସହଯୋଗରେ ଅଶୋକ କୁମାର ଦାଶ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଶିକ୍ଷକ ଦିଲ୍ଲୀପ ପଣ୍ଡା, ପ୍ରସନ୍ନ କୁମାର ଦାଶ ଙ୍କୁ ନିଜ ନିଜ ଯୋଗଦାନ ପାଇଁ ଧନ୍ୟବାଦ ଦିଆଯାଇଛି। କାର୍ଯ୍ୟକ୍ରମ ରେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। । ଏହି କାର୍ଯ୍ୟକ୍ରମରେ ଏକ ଲିଖିତ ପତ୍ରିକା “ରାୟଗଡା ଜିଲ୍ଲା ଏକ ଅବଲୋକନ” ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା । ଯାହାକି ନବୀକରଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ବାରା ଲେଖାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.