ରକ୍ଷା ବନ୍ଧନ ଉତ୍ସବ ପାଳନ ପାଇଁ ନର୍ଲା ବ୍ରାହ୍ମଣ ସମାଜର ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଭବ୍ୟ ଭାବରେ ରକ୍ଷା ବନ୍ଧନ ଉତ୍ସଵ ପାଳନ ନିମନ୍ତେ ଜିତୁ ଚାନ୍ଦ ମାର୍କେଟ କମ୍ପ୍ଲେକ୍ସରେ ନର୍ଲା ବ୍ଲକ ବ୍ରାହ୍ମଣ ସମାଜର ବୈଠକ ସଭାପତି ବଦ୍ରୀ ପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉପ ସଭାପତି ଦେବ ପ୍ରସାଦ ଷଡଙ୍ଗୀ, ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ସେନା ସଂଯୋଜକ ସମୀର ଚାନ୍ଦ, କାର୍ଯ୍ଯକାରୀ ସଭ୍ଯ ମଧୁସୂଦନ ପାଢୀ, ସଞ୍ଜୟ କୁମାର ପଣ୍ଡା, ଅଜୟ କୁମାର ନନ୍ଦ, ବିଷ୍ଣୁ ଚରଣ ବଡପଣ୍ଡା, ମନୋଜ କୁମାର ଷଡଙ୍ଗୀ, ସନ୍ତୋଷ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ । ଆଲୋଚ୍ଯ ପ୍ରସଙ୍ଗ ଗୁଡିକ ମଧ୍ୟରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କିଭଳି ଭାବରେ ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏଥିପାଇଁ ସମାଜର ବରିଷ୍ଠ ସଦସ୍ୟ ମାନଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା । ସଂଗଠନରେ ଶୃଙ୍ଖଳା ଓ ଅବିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନର୍ଲା ବ୍ରାହ୍ମଣ ସମାଜର ପରବର୍ତ୍ତୀ ସାଂଗଠନିକ ବୈଠକ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ କରାଯାଇଥିଲା । ବ୍ରାହ୍ମଣ ସମାଜର ବୈଠକ କେବଳ ନର୍ଲାରେ କରାନଯାଇ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କରାଯାଉ ବୋଲି ମତ ପ୍ରକାଶ ପାଇବାରୁ ଅକ୍ଟୋବର ୮ ତାରିଖରେ ହେବାକୁ ଥିବା ବୈଠକ ତୁଳାପଡ଼ାରେ କରାଯିବ ବୋଲି ସର୍ବ ସମ୍ମତିକ୍ରମେ ସ୍ଥିରୀକୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.