ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ମହିଳା ଓ ଶିଶୁ ବିକାଶ ସଚିବ ଶୋଭା ଶର୍ମା ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ବିଭାଗୀୟ ପ୍ରକଳ୍ପ ଓ ସମିତି ଗୁଡିକକୁ ପରିଦର୍ଶନ କରିବାସହ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଶିଶୁ କଲ୍ଯାଣ ସମିତି ପରିଦର୍ଶନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ସଚିବ ଶ୍ରୀମତୀ ଶର୍ମା। ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ, ସଦସ୍ୟ ଶିବ ଶଙ୍କର ନନ୍ଦ, ଯଦୁମଣି କୁମ୍ଭାର, କବିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଉପରେ କଲ୍ୟାଣ ସମିତି କିପରି କାମ କରୁଛି ସେନେଇ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଶିଶୁ ଯତ୍ନ କେନ୍ଦ୍ର ଗୁଡିକରେ ୨୪୧ ଶିଶୁ ରହିଛନ୍ତି। ସେମାନଙ୍କ ସ୍ଵତନ୍ତ୍ର ଯତ୍ନ ନିଆଯାଇଛି। ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ରୂପେ ପ୍ରଶାନ୍ତ ପାଢୀ, ସଦସ୍ୟ ଶିବ ନନ୍ଦ, ପ୍ରଦୀପ ମହାକୁଡ଼, କବିତା ପଣ୍ଡା, ଯଦୁମଣି କୁମ୍ଭାର ଦାୟିତ୍ଵ ନେବା ପରେ ଗତ ୭ ମାସ ମଧ୍ୟରେ ୨୦୦ ରୁ ଉର୍ଦ୍ଧ କେସର ସମାଧାନ କରାଯାଇଛି। ଶିଶୁ କଲ୍ଯାଣ ସମିତିର କାର୍ଯ୍ୟକ୍ରମ ଓ ଦକ୍ଷତା ଉପରେ ସଚିବ ଖୁସି ବ୍ୟକ୍ତ କରି ପ୍ରସଂଶା କରିଥିଲେ। ସଚିବଙ୍କ ଏହି ଗସ୍ତ ସମୟରେ ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।