ନର୍ଲା ବ୍ରାହ୍ମଣ ସମାଜର ରାକ୍ଷୀ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବ୍ରାହ୍ମଣ ସମାଜ ତରଫରୁ ସଭାପତି ବଦ୍ରୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାକ୍ଷି ପୂର୍ଣ୍ଣିମା ପ୍ରସ୍ତୁତି ବୈଠକ ପର୍ଶୁରାମ ବାହିନୀର ସଭାପତି ସମୀର ଚାନ୍ଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ପର୍ଶୁରାମଙ୍କ ଫଟୋ ଚିତ୍ରରେ ପୂଜନ କାର୍ଯ୍ୟକ୍ରମ ଓ ସ୍ୱସ୍ତିବାଚନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆସନ୍ତା ୩୦ ତାରିଖ ରକ୍ଷା ବନ୍ଧନ ଉତ୍ସଵ ପାଳନ ପାଇଁ ଆଲୋଚନା ହୋଇଥିଲା । ବ୍ରାହ୍ମଣ ସମାଜ ତରଫରୁ ଅପରାହ୍ନ ୪ ଟା ସମୟରେ ନର୍ଲା ଗ୍ରାମ ପଞ୍ଚାୟତ ବଜାର ଗୃହ ସମ୍ମୁଖରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ସେପ୍ଟେମ୍ବର ୧୭ ରେ ଶାନ୍ତପୁର ଠାରେ ଓ ଅକ୍ଟୋବର ୮ ରେ ତୁଳାପଡା ଓ ନଭେମ୍ବର ମାସରେ ରୁପ୍ରା ଠାରେ ସମାଜର କ୍ଲସ୍ତର ସ୍ତରୀୟ ମିଟିଂ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ବୈଠକରେ ଉପ ସଭାପତି ଦେବ ଷଢଙ୍ଗୀ, ପର୍ଶୁରାମ ବାହିନୀର ସଭାପତି ସମୀର ଚାନ୍ଦ୍, ପ୍ରଜ୍ଞା ବାହିନୀର ସଭାନେତ୍ରୀ ପଙ୍କଜିନୀ ନାୟକ, ବରିଷ୍ଠ ସଦସ୍ୟ ମଧୁସୂଦନ ପାଢ଼ୀ, ଲିଙ୍ଗରାଜ ମିଶ୍ର, ରିଥୁନ ଖାଡଙ୍ଗା, ଆଶିଷ ଖାଡଙ୍ଗା, ଧର୍ମରାଜ ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଶାନ୍ତିପାଠ ପରେ ସାଧାରଣ ସମ୍ପାଦକ କିଶୋର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.