ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ପତଞ୍ଜଳୀ ଯୁବ ଭାରତ ସୁବର୍ଣ୍ଣପୁର ତରଫରୁ ସଦର ବ୍ଲକ ଜନମୁରା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପବିତ୍ର ରକ୍ଷା ବଂଧନ ରେ ରକ୍ତ ଦାନ କରି ରୋଗୀର ଜୀବନ ରକ୍ଷା କରିବା ସକାଶେ ସମସ୍ତ ରକ୍ତ ଦାତାଙ୍କୁ ଧନ୍ୟବାଦ ଦେଇଥିଲେ । ଜନମୁରା ଗ୍ରାମର ବରିଷ୍ଟ ସମାଜସେବୀ ହଳଧର ପଧାନ,ଷଜିଲ୍ଲା ଯୁବ ପ୍ରଭାରୀ ସତ୍ୟବାନ ମିଶ୍ର, ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, ସମାଜସେବୀ ଲକ୍ଷ୍ମଣ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ସମୁଦାୟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ରକ୍ତ ଦାନ ଶିବିରରେ ପଦ୍ମନାଭ ପଧାନ, ଦିଲ୍ଲୀପ ପଧାନ, ରାମେଶ୍ୱର ଖମାରି, ପବିତ୍ର ମହାକୁର, ପାର୍ଥଵ ଧରେଇ, ପଵିତ୍ର ମହାକୁର, ସୁଶାନ୍ତ ପଧାନ, ମମତା ମିଶ୍ର, ପିଣ୍ଡୁ କର୍ମୀ, ମାନସ ଖମାରି, ମୁକୁନ୍ଦ ସାହୁ, ସଚ୍ଚିଦାନନ୍ଦ ବଘାର ପ୍ରମୁଖ ରକ୍ତ ଦାନ କରିଥିଲେ । ଡ଼ ସରୋଜ ପଟେଲ ଟେକ୍ନିସିଏନ ଟିଟୁ ଯୁଧିଷ୍ଠିର ନାଏକ, ଜଗତ ଦାରୁଅନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।