ସଇଁତଲା ଶିବମନ୍ଦିରରେ ମହାଜଳାଭିକ୍ଷେକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଭୁବନେଶ୍ୱର ବାବା ପୀଠଠାରେ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ସାର୍ବଜନୀନ ସନ୍ଧ୍ୟା ଆଳତୀ କମିଟି ତରଫରୁ ମହାଜଳାଭିଷେକ ଆୟୋଜିତ ହୋଇଯାଇଛି l ସଇଁତଲା ଶିବ ମନ୍ଦିର ପ୍ରାଙ୍ଗଣରେ ସହରର ମହିଳାମାନେ ଏକତ୍ରିତ ହୋଇ ସଂକୀର୍ତ୍ତନ, ଘଣ୍ଟ ବାଜା ମାଧ୍ୟମରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଲାନ୍ଥନଦୀ କୂଳରେ ପହଂଚିଥିଲେ l ସେଠାରେ ପଣ୍ଡିତ ବିକ୍ରମ ମିଶ୍ରଙ୍କ ତତ୍ତ୍ୱବଧାନରେ କର୍ତ୍ତା ଭାବରେ ଅଲେଖ ସାହୁ ଓ ତାଙ୍କ ପତ୍ନୀ କୁନ୍ତୀ ସାହୁ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ l ପରେ ମହିଳାମାନେ ୧୦୮ ଗୋଟି କଳସରେ ପୂର୍ଣ୍ଣ ଜଳ ଧରି ମନ୍ଦିରକୁ ଆସିଥିଲେ l ଏହାପରେ ମହାଦେବ ଭୁବନେଶ୍ୱର ବାବାଙ୍କ ପୀଠରେ ମହାଜଳାଭିଷେକ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିରେ ପଣ୍ଡିତ ଦିବ୍ୟାଂଶୁ ମିଶ୍ର ଓ ମନ୍ଦିର ପୂଜକ ଶୁଭେନ୍ଧୁ ବଡ଼ମାଳି ସହଯୋଗ କରିଥିଲେ l ଏହି ପୂଜାରେ ସନ୍ଧ୍ୟା ଆଳତୀ କମିଟି ସଦସ୍ୟ, ମହିଳା ଓ ସହର ଜନସାଧାରଣମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.