ଜିଲ୍ଲା ସ୍ତରୀୟ ଜାତୀୟ ଚକ୍ଷୁଦାନ ସଚେତନତା ପକ୍ଷ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ଏଏନଏମ ତାଲିମ କେନ୍ଦ୍ରଠାରେ ଜିଲ୍ଳା ସ୍ତରୀୟ ଚକ୍ଷୁଦାନ ପକ୍ଷ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଳା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି ଓ ଲେପ୍ରୋସି) ଡା ପଦ୍ମହଂସ ଦୋରା, ଚକ୍ଷୁ ବିଶେଷଜ୍ଞ ଡା ସଞ୍ଜିବ କୁମାର କର, ପ୍ରିନସିପାଲ କନକଲତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ତାର୍ପଯ୍ୟ ଉପରେ ଗୁରୁତ୍ୱାରୋପ କରି ଚକ୍ଷୁଦାନ ଏକ ମହତ କାର୍ଯ୍ୟ ଯାହା ଦୃଷ୍ଟିହୀନଙ୍କୁ ଚକ୍ଷୁ ପ୍ରଦାନ କରି ଏକ ନୂଆଁ ସକାଳ, ନୂଆଁ ଆଶା, ନୂଆଁ ଆଲୋକ ପ୍ରଦାନ କରିଥାଏ ଏଣୁ ଚକ୍ଷୁହୀନ ସଂଖ୍ୟା ନିୟନ୍ତ୍ରଣ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ଆମେ ଯେପରି ବିଶେଷ ସହାୟକ ହୋଇପାରିବା ସେଥି ନିମନ୍ତେ ସମସ୍ତେ ସବୁ ସ୍ତରରେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିଛନ୍ତି। ଅତିତିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଭା କାର୍ଯ୍ୟ ପରଚାଳିତ ହୋଇଥିବା ବେଳେ ଏଏମଏନସିଡି ଗୀତାଞଳୀ ମେହେର ଏସଆଇ ମନୋଜ କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ କୁଈଜ ପ୍ରତିଯୋଗିତାର ୧୦ ଜଣ କୃତି ଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ସଭାରେ ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀ ବୃନ୍ଦ, ଆଶା, ବିଭାଗୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.