ସୁବର୍ଣ୍ଣପୁର ଜିଲ୍ଲା ସିନିୟର ଫୁଟବଲ୍ ଲିଗ୍, ସୋନପୁର ବ୍ଲକ ଜୋନର ଉଦଯାପନୀ ସମାରୋହ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ସିନିୟର ଫୂଟବଲ ଲିଗ ସୋନପୁର ବ୍ଲକ ଜୋନର ଉଦଯାପନୀ ସମାରୋହର ପ୍ରଥମ ମ୍ୟାଚରେ ବଲାଡୀ ଜିପି ପେନାଲଟି ଗୋଲ ୪-୩ ରେ ମଲ୍ଲିକମୁଣ୍ଡା ପି.ଜେ.ଏସ କୁ ପରାସ୍ତ କରିଥିଲେ ଓ ଦ୍ୱିତୀୟ ମ୍ୟାଚ ରେ ଛକରମାଲ ଜି.ପି ୨-୦ ଗୋଲରେ ଖାରି ଜି.ପି କୁ ପରାସ୍ତ କରିଛି l ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁ, ସମ୍ମାନିତ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲାଦ ନାୟକ, ଜ଼ିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ଜ଼ିଲ୍ଲା ପରିଷଦ ପ୍ରତିନିଧି କରମ ଚାନ୍ଦ ମହାନ୍ତି ଓ ସୋନପୁର ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ l ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ପ୍ରମୋଦ ପୁଟେଲ, ରାଜେଶ ଥନାପତି, ବିକାଶ ସେଠି ଓ ବିଜୟ ସାହୁ l ସେହିପରି ଉଲୁଣ୍ଡା ବ୍ଲକ ଜୋନର ତୃତୀୟ ଦିବସ ଖେଳରେ ପ୍ରଥମ ମ୍ୟାଚରେ ଯାଲୋଇ ଏନଏଫସି କୁ ୩-୦ ଗୋଲରେ ପରାସ୍ତ କରି କେଉଟିପାଲି ଏମଏଫସି ବିଜୟୀ ହୋଇଛି l ଏବଂ ଦ୍ଵିତୀୟ ମ୍ୟାଚରେ ଜଉରାଭଉଁରା ଏଫସିକୁ ୪-୦ ଗୋଲରେ ପରାସ୍ତ କରି ଚଢ଼େଇପଙ୍କ ଏଫସି ଦଳ ବିଜୟୀ ହୋଇଛି l ସେହିପରି ବିନିକା ବ୍ଲକ ଜୋନର ଚତୁର୍ଥ ଦିନ ଖେଳରେ ପ୍ରଥମ ମ୍ୟାଚରେ ଶିଆଳି ଏନ.ସି ୪-୦ ଗୋଲରେ ରହେଲା ଯେ.ବି.ଏଫ.ସି କୁ ପରାସ୍ତ କରିଛି ଓ ଦ୍ୱିତୀୟ ମ୍ୟାଚ ରେ ବାଉଁଶୁନି ଏମ.ଏସ.ଏସ.ସି ପେନାଲଟିରେ ମେଘଲା ଏସ.ସି କୁ ୩-୨ ଗୋଲରେ ପରାସ୍ତ କରିଛି l ମ୍ୟାଚକୁ ପରିଚାଳନା କରିଥିଲେ ଜିତେନ୍ଦ୍ର ଥନାପତି, ବାବୁଲାଲ ସାହୁ, ଆନନ୍ଦ ବଢ଼େଇ, ଅଜିତ ଠେଲା, ସୁମିତ ମହାଳିଙ୍ଗ ଓ ନରସିଂହ ସେଠି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.