ଅଳିଆ ଆବର୍ଜନା ଭରା ପଡିଆରେ ଜିଲ୍ଳାସ୍ତରୀୟ ପ୍ରତିଯୋଗିତା

୧୦ତମ ଜିଲ୍ଳାସ୍ତରୀୟ କ୍ରୀଡା ପତ୍ରିଯୋଗିତାରେ ଅବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜ୍ୟରେ କ୍ରୀଡାର ବିକାଶକୁ ନେଇ ରାଜ୍ୟ ସରକାର ଯେତିକି ଗୁରୁତ୍ୱ ଦେଇ ଆସୁଛନ୍ତି ରାୟଗଡା ଜିଲ୍ଳାରେ କ୍ରୀଡାର ଆଖିଦୃଶିଆ ବିକାଶର ମଧ୍ୟ କୈାଣସି ଛାପ ଦେଖିବାକୁ ମିଳୁନାହିଁ । ତୃଣମୂଳସ୍ତରରୁ ଜିଲ୍ଳାରେ କ୍ରୀଡା ବିକାଶର ଭିତିଭୂମି ଅସୂପଂର୍ଣ୍ଣ ହୋଇ ରହିଥିବାରୁ ଜିଲ୍ଳାରେ ବିଦ୍ୟାଳୟସ୍ତରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଣେ ଜଣେ ଖେଳାଳୀ ଆର୍ବିଭାବ ହୋଇ ପାରୁନାହାନ୍ତି । ଏପରିକି ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ଅନୁଷ୍ଠିତ ୧୦ତମ ଜିଲ୍ଳାସ୍ତରୀୟ ହକି, ହ୍ୟାଣ୍ଡବଲ, ଭଲିବଲ, ବେଡମିଂଟନ ଓ ବକ୍ସିଂ ପ୍ରତିଯୋଗିତାରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଅଳିଆ ଆର୍ବଜନାରେ ଭରି ରହି ପଡି ରହିଥିବା ଖେଳ ପଡିଆର ଅପରିଷ୍କାର ପରିବେଶ ମଧ୍ୟରେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଉପସ୍ଥିତିରେ ଜିଲ୍ଳାର ବିଭିନ୍ନ ବ୍ଳକରୁ ଆସିଥିବା ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ କୈାଣସି ଉପାୟ ନ ପାଇ କ୍ରୀଡା ଶିକ୍ଷକମାନେ ବାଧ୍ୟ ହୋଇ ପରିଚାଳନାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

ଖେଳ ପଡିଆରେ ଭଲିବଲ,ହ୍ୟାଣ୍ଡବଲ,ହକି,ବକ୍ସିଂ ଭଳି ପ୍ରତିଯୋଗିତା ପାଇଁ କୈାଣସି ପ୍ରକାର କୋର୍ଟ ପ୍ରସ୍ତୁତ କରାଯାଇ ନ ଥିବା ବେଳେ ପଡିଆରେ ସ୍ଥାନୀୟ ଯୁବକମାନେ ଖେଳୁଥିବା ଅଳିଆ ଆର୍ବଜନାରେ ଭରପୁର ଥିବା ସ୍ଥାନରେ ପ୍ରତିଯୋଗିମାନଙ୍କୁ ଖେଳାଯାଇଥିଲା । ସେହିପରି ବିଦ୍ୟାଳୟ ଖେଳ ପଡିଆରେ ବକ୍ସିଂ ପାଇଁ ମଧ୍ୟ କୈାଣସି କୋର୍ଟ ବ୍ୟବସ୍ଥା ନ ଥିବାରୁ ପଡିଆରେ ଥିବା ମଂଚରେ ହିଁ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ପଡିଆରେ ହକି ଖେଳ ପାଇଁ ମଧ୍ୟ ସୁବ୍ୟବସ୍ଥା ନ ଥିବା ବେଳେ କେବଳ ପିଲାଙ୍କ ମଧ୍ୟରେ ଥିବା ଦକ୍ଷତା ଭିତିରେ ଚୟନ କରାଯାଉଛି ବୋଲି ଜଣାପଡିଛି । ଏହି ଜିଲ୍ଳାସ୍ତରୀୟ ପ୍ରତିଯୋଗିତାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଖେଳାଳୀ ଛାତ୍ରଛାତ୍ରୀମାନଙ୍କୁ ଖେଳର ନିମୟ ମାନି ଖେଳିବା, ଖେଳାଳୀ ମନୋଭାବ ରଖି ଖେଳିବା ଏବଂ ଜିଲ୍ଳାର ଗୈାରବ,ସମ୍ମାନକୁ ବଜାୟ ରଖିବା ପାଇଁ ଶପଥ ପାଠ କରାଇଥିଲେ । ରାୟଗଡା ଜିଲ୍ଳା କ୍ରୀଡାଧିକାରୀ ଶେଖ୍ ଅଲିନୁର,ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ,ଜିସିଡି ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ନମିତା ପ୍ରଧାନ,ଶାରୀରିକ କ୍ରୀଡା ନିରୀକ୍ଷକ ହରିହର ପାତ୍ରଙ୍କ ସମେତ ଶଶିଭୂଷଣ ପାଢୀ,କ୍ରୀଡା ଶିକ୍ଷକ ସୁନୀଲ କୁମାର ମହନ୍ତ,ବାବୁଳା ମେଲକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ତେବେ ବ୍ଳକ ସ୍ତରରୁ ଜିଲ୍ଳାସ୍ତରରେ ପ୍ରତିଯୋଗିତା କରାଯିବା ପରେ ଜିଲ୍ଳାସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବା ପରିବର୍ତେ ସିଧାସଳଖ ଜିଲ୍ଳାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଉଥିବାରୁ ଅନେକ ଛାତ୍ରଛାତ୍ରୀ ନିଜ ଭିତରେ ଥିବା କ୍ରୀଡା ପ୍ରତିଭା ପ୍ରତିପାଦନ କରିବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ତେବେ ପ୍ରତିଯୋଗିତାକୁ ନେଇ ଅବ୍ୟବସ୍ଥା ସଂପର୍କରେ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ବରିହା ଅସ୍ୱୀକାର କରିଥିବା ବେଳେ ବିଭାଗୀୟ ଚିଠି ବହୁତ କମ ସମୟରେ ଆସିଥିବାରୁ କିଛି ଆନୁସାଙ୍ଗିକ ବ୍ୟବସ୍ଥା ହୋଇପାରି ନ ଥିବା କହିଛନ୍ତି । ଏହି ଜିଲ୍ଳାସ୍ତରୀୟ ପ୍ରତିଯୋଗିତାରେ ୩୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ନିଜ ନାମ ପଂଜୀକୃତ କରିଥିବା ବେଳେ ୧୩୦ରୁ ଉର୍ଦ୍ଧ ପ୍ରତିଯୋଗୀ ଉକ୍ତ ୫ଟି କ୍ରୀଡା ନିମନ୍ତେ ଚୟନ ହୋଇଛନ୍ତି ।

ଆସନ୍ତା ୭ତାରିଖ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ବାଲେଶ୍ୱର ଠାରେ ଭଳିବଲ,ସୁନ୍ଦରଗଡ ଠାରେ ହକି ଓ ହ୍ୟାଣ୍ଡବଲ,ପୁରୀ ଠାରେ ବକ୍ସିଂ ଓ ବଲାଙ୍ଗିର ଜିଲ୍ଳାରେ ବେଡମିଂଟନ ପ୍ରତିଯୋଗିତାରେ ଉକ୍ତ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବାକୁ ଥିବା ବେଳେ ରାୟଗଡା ଠାରେ ୨ଦିନ ଧରି ଚୟନ ପ୍ରତିଯୋଗୀମାନଙ୍କୁ କ୍ରୀଡା ଅଭ୍ୟାସ କରାଯିବ ବୋଲି ଜଣାପଡିଛି । ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ମଙ୍ଗଳ ବିଭାଗ ଅଧିନସ୍ଥ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବରୁ ଜିଲ୍ଳାରେ ଏଭଳି ପ୍ରତିଯୋଗିତା ଗୁଡିକ ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ କେବଳ ଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ଦିଆଯାଇଥିବା ଅଭିଯୋଗ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.