ରକ୍ତଦାନ ଶିବିର ୬୫ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନୀ କୁମାରୀ ଦେଓ ଙ୍କ ୮୭ତମ ଜୟନ୍ତୀ ଅବସରରେ ଖଲ୍ଲିକୋଟ ସ୍ଥିତ ମର୍ଦରାଜ ଶିକ୍ଷକ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଖଲ୍ଲିକୋଟ ଶାଖା, ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ବରିଷ୍ଠ ବିଜେଡି ନେତା କିଶୋର ପଲାଇ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ବିଜେଡି ବ୍ଲକ ସଭାପତି ଗଙ୍ଗାଧର ଖୁଣ୍ଟିଆ, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ , ବିଜେଡି ନେତ୍ରୀ ସନ୍ଧ୍ୟାରାଣୀ ଦଳାଇ, ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ, ପଥରାର ପୂର୍ବତନ ସରପଞ୍ଚ ବନମାଳୀ ଵାଲା, କଇରାସୀ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ, ସାଂସଦ ପ୍ରତିନିଧି ରତ୍ନାକର ସାହୁ ସମେତ ଶିକ୍ଷକ ସଂଘର ସଭାପତି ନାଗେଶ୍ୱର ବାରିକ ସମ୍ପାଦକ ସୁରେନ୍ଦ୍ରନାଥ ବେହେରା ଓ ଉପ – ସଭାପତି ପ୍ରଦ୍ୟୁମ୍ନ କୁମାର ଦଳବେହେରାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟମାନେ ଉପସ୍ଥିତ ରହି ଶିବିରରେ ଅଂଶଗ୍ରହଣ କରିଥିଲେ। ଶିବିରରେ ୬୫ ଜଣ ଶିକ୍ଷକ ଓ ସ୍ବେଛାସେବୀମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.