ବିଶ୍ବ ଚକ୍ଷୁଦାନ ପକ୍ଷ ଓ ସଚେତନତା ସଭା 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଆଜି ବିଶ୍ୱ ଚକ୍ଷୁ ଦାନ ପକ୍ଷ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି | ବିଶ୍ୱ ଚକ୍ଷୁ ଦାନ ପକ୍ଷ ୨୫ ଅଗଷ୍ଟ ରୁ ଆରମ୍ଭ ହୋଇ ୮ ସେପ୍ଟେମ୍ବର ପଯ୍ୟନ୍ତ ପାଳନ କରାଯିବାର ସୂଚନା ରହିଛି | ଏହି ସଚେତନତା ସଭାରେ ସି.ଡି.ଏମ.ଓ. ଚୌଧରୀ ଶୋଭାରାଣୀ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରଥିବା ବେଳେ ଡି. ଏମ. ଓ ଲଳିତ ମୋହନ ବିଶି, ଏ. ଡି. ପି. ଏଚ. ସି. ଓ କିଶୋର ଚନ୍ଦ୍ର ପଟେଲ, ଡ଼ ରମାକାନ୍ତ ସାହୁ ପ୍ରମୁଖ ମଂଚାସୀନ ଅତିଥି ଥିଲେ | ଏହି ଅବସର ରେ ନର୍ସିଙ୍ଗ ଛାତ୍ରୀ ଛାତ୍ର ଗଣ ସ୍ଥାନୀୟ ଏକତା ଛକ ନିକଟ ରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ | ଏହା ସହିତ ସଚେତନତା ସଭାରେ ଚକ୍ଷୁ ରୋଗ, ଚକ୍ଷୁ ସମସ୍ୟା, ଏହାର ନିବାରଣ ଉପରେ ଏକ କ୍ଵିଜ ପ୍ରତିଯୋଗିତା ମଧ୍ୟ ହୋଇଥିଲା | ଏଥିରେ ସମସ୍ତ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିବା ପୁଷ୍ପାଞ୍ଜଳି ନାଗ, କମଳିନୀ ସାହୁ, ପ୍ରିୟଙ୍କା ହଂସ, ସ୍ୱପ୍ନା ସାହୁ, ଅମିତ ସାହୁଙ୍କୁ ଉତ୍ତମ ପୁରସ୍କାର ପ୍ରଦାନ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.