ବାପୁଜୀ କ୍ଳଷ୍ଟରସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ବାପୁଜୀ କ୍ଲଷ୍ଟର ତରଫରୁ ସରକାରୀ ଉ.ପ୍ରା. ବିଦ୍ୟାଳୟ ଆଉଟ୍ ପୋଷ୍ଟଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ସହିତ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଭାପତି ଏହି ବିଦ୍ୟାଳୟର ଏସ୍ଏମସି ଅଧ୍ୟକ୍ଷ ସିଂ, ମୁଖ୍ୟ ଅତିଥି ଏବିଇଓ ହୃଷିକେଶ ନାଏକ, ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ଦାଶ, ସିଆରସିସି ମିନତି କୁମାରୀ ପ୍ରଧାନ ମଞ୍ଚାସୀନ ଥିଲେ। ପ୍ରଥମେ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକମାନଙ୍କ ସହ ଆଉଟ୍ ଅଫ ସ୍କୁଲ ଷ୍ଟୁଡେଣ୍ଟଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା, ନୂଆ ବ୍ଯାଙ୍କ ପାସବୁକ ତଥା ଅନ୍ଯାନ୍ୟ ବିଷୟରେ ଆଲୋଚନା କରିବା ପରେ ଅବସରକାଳୀନ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ଦାଶଙ୍କୁ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ତତ୍ ସଙ୍ଗେସଙ୍ଗେ ଏହି କ୍ଲଷ୍ଟରର ପ୍ରଧାନଶିକ୍ଷକ ଆରଇଓ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଭଟ୍ଟ ମାନପତ୍ର ପଠନ କରିଥିଲୋ ଓ ପ୍ରଧାନଶିକ୍ଷକ ଦୁଷ୍ମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସଭାପତି ଉଦ୍ଦେଶ୍ୟ ଜ୍ଞାପନ ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ଭଟ୍ଟ ମାନପତ୍ର ପଠନ ଓ ପ୍ରଧାନଶିକ୍ଷକ ଦୁଷ୍ମନ୍ତ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁଷ୍ପାଞ୍ଜଳି ରାଉତ, ସରୋଜିନୀ କୁମାର, ସୁଶୀଳ ପ୍ରଧାନ, ଦୁଷ୍ମନ୍ତ ସାହୁ, ସପ୍ନା ପ୍ରଧାନ, ମଧୁସୂଦନ ପ୍ରଧାନ, ମମତା ଶବର, ସାହିନା ରହେମାନ, ରାଜଲକ୍ଷ୍ମୀ ଯୋଷୀ, ଶ୍ଯାମଳା ନାୟକ ସହିତ ଏହି କ୍ଳଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହଶିକ୍ଷୟିତ୍ରୀଗଣ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.