ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଶାଖାର ପ୍ରବେଶ ଉତ୍ସବ

ସେବା ମଣିଷକୁ ମହାପୁରୁଷ କରେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଯୁବରେଡକ୍ରସ ଶାଖାରେ ଯୋଗଦାନ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ପଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ  ପ୍ରବେଶ ଉତ୍ସବକୁ ଉଦଘାଟନ କରି କହିଥିଲେ:ସେବା ମଣିଷକୁ ମାନବିକତା ପ୍ରଦାନ କରିଥାଏ।ବିଶ୍ୱର ଏକ ସର୍ବବୃହତ ଅନୁଷ୍ଠାନ ରେଡକ୍ରସ ସୋସାଇଟିର  ସଦସ୍ୟ ହୋଇ ସେବା କରିବା ଗୌରବର ବିଷୟ।ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ ଓ ଫକୀର ଚଣ୍ଡି ଉପସ୍ଥିତ ଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ରେଡକ୍ରସର ଇତିହାସ, ଚିହ୍ନ, ମୌଳିକ ନୀତି ତଥା ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ବର୍ଷର ସ୍ବେଚ୍ଛାସେବୀ ଜସମୀନ ନାଗ, ସୁରେଶ୍ବରୀ ନାଏକ,ଝାନସୀ ନାଏକ,କାମେଶ୍ବର ବିଷି,ଆଶୋକ ପାତ୍ର,ରମାକାନ୍ତ ଲହଜଲ,ଭରତ ଭୂଷଣ ନାଏକ ନୂତନ ଭାବରେ  ଯୁବରେଡକ୍ରସରେ ଯୋଗଦାନ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ରେଡକ୍ରସ କ୍ୟାପ ଓ ସ୍ରାପ୍ ଦେଇ ସ୍ବାଗତ କରିବା ସହ ଯୁବରେଡକ୍ରସ କ୍ଲାପିଙ୍ଗ ବିଷୟରେ ଅବଗତ କରିଥିଲେ।କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିବାବେଳେ ଆଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.