୨୦ ଦିନରେ ପହଞ୍ଚିଲା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ଯ ବନ୍ଦ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଡାକରା ଅନୁଯାୟୀ ସାରା ଓଡ଼ିଶାରେ ଅଗଷ୍ଟ ୧୮ ରୁ ସମସ୍ତ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ l ସେହି ପରିପେକ୍ଷି ରେ ଆଜିକୁ ଦୀର୍ଘ ୨୦ ଦିନ ହେଲା ସୁବର୍ଣ୍ଣପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାପାଳ କର୍ଯ୍ୟlଳୟ ଆଗରେ ଧାରଣା ଦେଉଥିବା ବେଳେ ଏହା ପୂର୍ବରୁ ୨ ଦଫା ଦାବୀ ନେଇ କଳାବ୍ୟାଚ ପରିଧାନ କରି ଅଗଷ୍ଟ ୭ ରୁ ୧୭ ଯାଏଁ ଆନ୍ଦୋଳନ କରିଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆଜିର ଏହି ଧାରଣା ଓ ଆନ୍ଦୋଳନ ତୀବ୍ର ରୂପ କୁ ଗତି କରୁଛି । ତାଙ୍କ ପ୍ରମୁଖ ଦାବୀ ମଧ୍ୟ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପରିବର୍ତ୍ତେ ଯୁକ୍ତ ୩ କରାଯାଉ। ଦ୍ବିତୀୟ ଦାବି ଦରମା ହାର ଲେଭେଲ ୫ ରୁ ଲେଭେଲ୍ ୯ କୁ ପରିବର୍ଦ୍ଧିତ କରାଯାଉ । ତୃତୀୟ ଦାବୀ ଯେଉଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟକାଳ ୧୦ ବର୍ଷ ପୁରି ଯାଇଛି ଓଡ଼ିଶା ସରକାର ନୂତନ ପଦବୀ ସୃଷ୍ଟି କରି ପଦୋନ୍ନତି ବ୍ୟବସ୍ଥା କରନ୍ତୁ। ଚତୁର୍ଥ ଦାବୀ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ। ଏବଂ ପଞ୍ଚମ ଦାବୀ ଓପିଆରଏସ କେଡର ଗ୍ରୁପ ରେ ସାମିଲ କରାଯାଉ। ଏମିତି ଅନେକ ଦାବୀ ରଖି ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହ ଅଡି ବସିଛନ୍ତି ନିଜ ଜିଦ୍ ରେ ଓ କାର୍ଯ୍ୟାଳୟ ମାନଙ୍କ ରେ କାମ ଠପ୍ ହୋଇ ଯାଇଛି। ହିତାଧିକାରୀ ମାନେ ଖୁବ ହନ୍ତ ସନ୍ତ ହେଉଥିବାର ଦେଖାଯାଉଛି l ସରକାର ୫ ଥର ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ବିଷୟ ଏଇ ଧାରଣା ରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.