ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ: ସୋନପୁର ମୁନସିପାଲଟି ଜୋନରେ ରାମଧୁନ କ୍ଲବ ବିଜୟୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ଆୟୋଜିତ ସୋନପୁର ମୁନିସିପାଲିଟି ଜୋନ ଫୁଟବଲ ଲିଗ ର ଫାଇନାଲ ଦିବସରେ ଖେଳ ଆଜି କଲେଜ ପଡିଆରେ ରାମଧୁନ କ୍ଲବ ଓ ସୁବର୍ଣ୍ଣପୁର ରିଜର୍ଭ ପୋଲିସ ମଧ୍ୟରେ ଅତି ସଙ୍ଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l ରାମଧୁନ କ୍ଲବ ୨-୦ ଗୋଲରେ ବିଜୟୀ ହୋଇଛନ୍ତି l ଆଜି ର ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌର ପରିଷଦର ଅଧକ୍ଷl ତାମାସୀ ତମସ୍ମିତା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ଜ଼ିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ରାଜ୍ୟ ପିଇଟି ଏସୋସିଏସନ ର ସମ୍ପାଦକ ରାମ ସାହୁ ଯୋଗଦେଇ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଜ଼ିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ କୁମାର ପଣ୍ଡା, ପୋଲିସ ଆରଆଇ କାଁହୁ ଚରଣ ମାରାଣ୍ଡି, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ୱାଇଁ, ପ୍ରକାଶ ସାହୁ, ସମାଜସେବୀ ପଠାନ କୁମାର ପଣ୍ଡା, କ୍ରୀଡ଼ାପ୍ରେମୀ ସୀତାରମ ମହାପାତ୍ର, ଦିଲୀପ ଗୁରୁ, ଗୋବିନ୍ଦ ତରେଇ, ଗୌରୀଶ୍ୟାମ ପଣ୍ଡା, ଜିତେନ୍ଦ୍ର ସାହୁ, କଇରୁ ସ୍ୱାଇଁ, କୃଷ୍ଣ କୁମାର ବାଘ, ଶାଶ୍ୱତ କୁମାର ମିଶ୍ର, ସୁଧାଂଶୁ ମେଣ୍ଡଳୀ, ପୁରୋଶୋତ୍ତମ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ବିକାଶ ପଣ୍ଡା, ଜଳନ୍ଧର ଦୀପ, ମନୋଜ ପଣ୍ଡା ଉପସ୍ଥିତ ରହି ଉତ୍ସାହିତ କରିଥିଲେ l ରେଫରୀ ଭାବରେ ଜ଼ିତେନ୍ଦ୍ର ଥନାପତି, ପ୍ରଶାନ୍ତ ସେଠି, ରାଜେଶ ଥନାପତି, ସୁଶାନ୍ତ ନାୟକ ଖେଳ ପରିଚାଳନା କରିଥିଲେ l ସନ୍ତୋଷ ପାଢ଼ୀ, ସଚିନ ସାହୁ, ଜଗନ୍ନାଥ ସାହୁ, ବୁବୁନ ନାଏକ ସମେତ ଜ଼ିଲ୍ଲା କ୍ରୀଡା ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ସାହୁ ଅତିଥି ଙ୍କୁ ସ୍ୱାଗତ କରି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ l ବେଷ୍ଟ ପ୍ଲେୟାର ଭାବେ ଚନ୍ଦନ ବେହେରା ଓ ଏମାଜିଙ୍ଗ ପ୍ଲେୟାର ଭାବେ ଅଶିକ ମହମ୍ମଦଙ୍କୁ ଏବଂ ବିଜେତା ଓ ଉପ-ବିଜେତା ଦଳକୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.