ସୁନାମୁଖି ଶାନ୍ତି ବନରେ ଗୁରୁ ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ପ୍ରକୃତିର ଅପରୂପ ଶୋଭା ସମ୍ଭାରରେ ବିମଣ୍ଡିତ ସୁନାମୁଖି ଶାନ୍ତି ବନ ମହଗାଁରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଗୁରୁ ହେଉଛନ୍ତି ପଥ ପ୍ରଦର୍ଶକ ତାଙ୍କ ଆଶିର୍ବାଦ ବିନା କିଛି ସମ୍ଭବ ନୁହଁ। ଗୁରୁ ମଣିଷ ଶରିରରେ ପରମାତ୍ମାଙ୍କ ସ୍ବରୂପ ଅଟନ୍ତି। ତେଣୁ ଗୁରୁ ପୂଜାର ପରମ୍ପରା କେଉଁ ଏକ ଆବାହମାନ କାଳରୁ ଚଳି ଆସିଛି। ସମାଜକୁ ଏହି ବାର୍ତ୍ତା ଦେବାସହ ପରିବେଶର ସୁରକ୍ଷା ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହଗାଁ ଅଞ୍ଚଳର ଶିଷ୍ୟମାନେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ନାଟ୍ୟଗୁରୁ ପୂଜ୍ୟ କେଶରୀ ଶବରଙ୍କୁ ସୁନାମୁଖି ଶାନ୍ତି ବନ ପରିସରରେ ପୂଜାକରି ଆଶିର୍ବାଦ ଭିକ୍ଷା କରିଥିଲେ। ମହଗାଁର ବିଶିଷ୍ଟ ବ୍ୟକ୍ତି ଅନିରୁଦ୍ଧ ହରିଜନଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେବୀ ସୁନାମୁଖିଙ୍କ ପୂଜାର୍ଚ୍ଚନା କରିଥିଲେ ପୂଜକ ପର୍ଶୁ ଶବର। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ ଯୋଗଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଗୁରୁ ଶିଷ୍ୟ ସମସ୍ତଙ୍କ ସହ ଦ୍ବିତୀୟ ଥର ପାଇଁ ସୁନାମୁଖି ଶାନ୍ତି ବନରେ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ଆଜିନ୍ଦ୍ର ଶବରଙ୍କ ସହ ଭକ୍ତ ମୋହନ ଶବର, ବୈଷ୍ଣବ ଶବର, ଦେବାର ଶବର, ମୁକୁନ୍ଦ ଶବର, ଚମରୁ ଶବର, ଜଗନ୍ନାଥ ଶବର, ଭୋଦେବ ଶବର, ଜୟଦେବ ଶବର, ଦେଓଗାଁ ପଞ୍ଚାୟତ ଆଦିବାସୀ ସଭାପତି ରମେଶ ଶବର, ଅଙ୍ଗନୱାଡି କର୍ମୀ ମଞ୍ଜୁଲା ଶବର, ତରୁଣ ଶବର, ଧନୁର୍ଯ୍ୟ ଶବର, ଡମ୍ବରୁଧର ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏପରି ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଅନିରୁଦ୍ଧ ହରିଜନ ଓ ଗ୍ରାମବାସୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ କଳାହାଣ୍ଡିର ବିଶିଷ୍ଟ ସମାଜସେବୀ ତଥା କୁଣ୍ଡାବନ୍ଧ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.