୯ ଲକ୍ଷ ବର୍ଷ ତଳେ ପୃଥିବୀରେ ବଂଚି ରହିଥିଲେ ମାତ୍ର ୧୨୮୦ ଲୋକ

ଆଜିଠାରୁ ୯ ଲକ୍ଷ ବର୍ଷ ତଳେ ପୃଥିବୀପୃଷ୍ଠରେ ମାତ୍ର ୧୨୮୦ ଲୋକ ବଂଚି ରହିଥିଲେ । ଏହା ପୂର୍ବରୁ ପାଖାପାଖି ୯୮ ହଜାର ଲୋକ ବାସ କରୁଥିଲେ । ପାଣିପାଗରେ ଆକସ୍ମିକ ପରିବର୍ତନ ଯୋଗୁ ଲୋକଙ୍କ ମୃତ୍ୟୁ ଘଟିବାକୁ ଲାଗିଲା । ଏହି ସ୍ଥିତିକୁ ବଟଲନେକ କୁହାଯାଏ । ପ୍ରାୟ ୧ ଲକ୍ଷ ୧୭ ହଜାର ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ବହୁ କଷ୍ଟରେ ୧୨୮୦ ଲୋକ ବର୍ତି ଯାଇଥିଲେ । ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିସର୍ଚ୍ଚ ଭିିତିକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଆଉ କିଛି ଦିନ ବଟଲନେକ ସମୟ ଚାଲିଥିଲେ ମଣିଷ ଲୋପ ପାଇ ଯାଇଥାନ୍ତେ । ସେହି ୧୨୮୦ ଲୋକଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଲା ଏବଂ ଏବେ ଏହା ୮୦୦ କୋଟିରେ ପଂହଚିଛି । ମନୁଷ୍ୟର ବଂଶଜକୁ ବୈଜ୍ଞାନିକମାନେ ଦୁଇ ଭାଗରେ ବିଭକ୍ତ କରିଛନ୍ତି ତାହା ହେଲା ନିଏଣ୍ଡରଥଲ ଓ ଆଧୁନିକ ମଣିଷ । ୪୦ ହଜାର ବର୍ଷ ତଳେ ନିଏଣ୍ଡରଥଲ ମନୁଷ୍ୟ ଲୋପ ପାଇ ଯାଇଥିଲେ । ଏମାନଙ୍କ ଉଚ୍ଚତା ୪.୫ରୁ ୫.୫ ଫୁଟ ପର୍ଯ୍ୟନ୍ତ ରହିଥିଲା । ଆମେ ଆଧୁନିକ ମଣିଷ ଶ୍ରେଣୀର ବୋଲି ବୈଜ୍ଞାନିକମାନେ କହିଛନ୍ତି । ବଟଲନେକ ସମୟକୁ ଆଇସଏଜ ମଧ୍ୟ କୁହାଯାଇଥାଏ । ୧୦୦ କୋଟିରେ ଜନସଂଖ୍ୟା ପଂହଚିବା ପାଇଁ ୧୮୦୦ ବର୍ଷ ସମୟ ଲାଗିଥିଲା । ରିପୋର୍ଟ ମୁତାବକ ୧୮ ବର୍ଷ ପରେ ଜନସଂଖ୍ୟା ୮୫୦ କୋଟି ହେବ । ୨୦୨୨ରୁ ୨୦୫୦ ମଧ୍ୟରେ ୟୁରୋପର ଜନସଂଖ୍ୟା କମିବ । ଭାରତ, ପାକିସ୍ତାନ, ଫିଲପାଇନ୍ସ, ମିଶର, କଙ୍ଗୋ, ନାଇଜେରିଆ, ତାଞ୍ଜାନିଆ ଓ ଇଥିଓପିଆରେ ସର୍ବାଧିକ ମନୁଷ୍ୟ ରହିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.