ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ- ସ୍ପାର୍କ ୨୦୨୩ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡ଼ିଇଓ ଟେମଲାଲ ଦୁବେ, ମୂଷିଗୁଡା ଓଏଭି ଅଧ୍ୟକ୍ଷା ଇତିଶ୍ରୀ ସାହୁ, କେସିଙ୍ଗା ଓଏଭି ଅଧ୍ୟକ୍ଷ ନୀଳମାଧଵ ପଟ୍ଟନାୟକ ଓ ମଦନପୁର ଓଏଭି ଅଧ୍ୟକ୍ଷ ସଞ୍ଜୟ ଦାସ ମଂଚାସୀନ ଥିଲେ। ପରେ ଜିଲ୍ଲାର ୧୩ଟି ଓଏଭିରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ପାଖାପାଖି ୫୦୦ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୨୨ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ଏଡିଇଓ ଟେମଲାଲ ଦୁବେ, ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା, ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ମୂଷିଗୁଡା ଓଏଭି ଅଧ୍ୟକ୍ଷା ଇତିଶ୍ରୀ ସାହୁ, କେସିଙ୍ଗା ଓଏଭି ଅଧ୍ୟକ୍ଷ ନୀଳମାଧଵ ପଟ୍ଟନାୟକ ଓ ମଦନପୁର ଓଏଭି ଅଧ୍ୟକ୍ଷ ସଞ୍ଜୟ ଦାସ ପ୍ରମୁଖ ମଂଚାସୀନ ଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଭବାନୀପାଟଣା ଓଏଭିର ଛାତ୍ରଛାତ୍ରୀ ସର୍ବାଧିକ ପୁରସ୍କାର ପାଇଥିଲେ। ସଭା ପରିଚାଳନା କରିଥିଲେ ମୋନାଲିସା ସୁନା, ଦୀପକ ସାହୁ ଓ ବିରଞ୍ଚି ବାହିନୀପତି। ବୋର୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ, ଡିଇଓ ଅଫିସରୁ ଟଙ୍କଧର ସାହୁ, ଜିତେନ୍ଦ୍ର କୁମାର ମୁଣ୍ଡ ତଥା ଅଫିସର ସମସ୍ତ କର୍ମଚାରୀ ସଫଳତାର ସହ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମୂଷିଗୁଡା ଓଏଭି ଅଧ୍ୟକ୍ଷା ଇତିଶ୍ରୀ ସାହୁ।