ରାୟଗଡାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ପିତାମହଲ ସ୍ଥିତ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟର ଫର୍ମାସୀ ବିଭାଗ ପକ୍ଷରୁ ପାଳିତ ହୋଇଛି ଯାଇଛି ବିଶ୍ୱ ଫାର୍ମାସିଷ୍ଟ ଦିବସ | ଏହି ଅବସରରେ ସହରର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରୁ ଗଜପତି ଛକ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା | ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗାଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡ଼ଃ ମହାନ୍ତି ଫାର୍ମାସିଷ୍ଟ ମାନଙ୍କ ଭୁମିକା ଉପରେ ଗୁରୁତ୍ୱାରୋପ କରିଥିଲେ | ପ୍ରତ୍ୟେକ ବର୍ଷା ସେପ୍ଟେମ୍ବର ୨୫ ତାରିଖକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ଭାବେ ପାଳିନ କରାଯାଏ | ୨୦୦୯ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ମିଳିବା ପରେ ପ୍ରତି ବର୍ଷ ସେପ୍ଟେମ୍ବର ୨୫ତାରିଖରେ ଏହି ଦିବସ ପାଳନ କରାଯାଉଛି | ଆଜିର ଦିନରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ | ଦିନକୁ ଦିନ ଯେଉଁ ଭଳି ଭାବେ ବିଭିନ୍ନ ରୋଗ ବଢ଼ିବାରେ ଲାଗିଛି ସେହିପରି ଅନୁସାରେ ଫାର୍ମାସିଷ୍ଟ ମାନଙ୍କ ଗୁରୁତ୍ୱ ମଧ୍ୟ ବଢ଼ି ଚାଲିଛି | ସେଞ୍ଚୁରୀୟାନ ବିଶ୍ୱ ବିଦ୍ୟାଳୟ ଫର୍ମାସୀ ବିଭାଗରେ ୧୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି | କିଭଳି ଭାବେ ରୋଗୀ ଙ୍କ ଦାୟିତ୍ୱ ନିଆଯିବ ଏବଂ ସେମାନଙ୍କୁ ଠିକ ମେଡ଼ିସିନ ଦିଆଯିବ ସେ ବିଷୟରେ ପାଠ ପଢା ଯାଉଛି | ଫର୍ମାସୀ ବିଭାଗ ତରଫରୁ ଅନୁଷ୍ଠିତ ଶୋଭାଯାତ୍ରାରେ ସେଞ୍ଚୁରୀୟାନ ବିଶ୍ୱ ଫର୍ମାସୀ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଲାଡି ଅଲିକ କୃମାର, ଅଭିନାଶ ପାତ୍ର, ହରଗୌରି ମିଶ୍ର, ଶ୍ୟାମସୁନ୍ଦର ରାଓ, ଶ୍ୟାମସୁନ୍ଦର ସାହୁ, ପଳିଶ୍ରୀ ଗୁପ୍ତା, ବବିତା ଅଧିକାରୀ, ସଂଘମିତ୍ରା ଶତପଥୀ, ସାଇଲେଜା ସାହୁ, ଜି.ଶିବାନୀ, ଭରତ ଭୂଷଣ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.