ସେପ୍ଟେମ୍ବରରେ କମିଲା ଦେଶର ବେକାରୀ ହାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସହ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ପ୍ରସଙ୍ଗ ଏକଜୁଟ କରୁଥିବା ବେଳେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ)ର ଏକ ରିପୋର୍ଟ ଜାରି କରିଛି ଯେଉଁଥିରେ ସେପ୍ଟେମ୍ବରରେ ଭାରତର ବେକାରୀ ହାର ୭.୦୯%କୁ ହ୍ରାସ ପାଇଛି, ଯାହା ବର୍ଷକ ମଧ୍ୟରେ ସର୍ବନିମ୍ନ ସ୍ତର। ଗ୍ରାମାଞ୍ଚଳରେ ବେକାରୀ ହାର ୬.୨୦%କୁ ହ୍ରାସ ପାଇଥିବା ବେଳେ ସହରାଞ୍ଚଳରେ ବେକାରୀ ହାର ୮.୯୪%କୁ ହ୍ରାସ ପାଇଛି। ବେକାରୀକୁ ନେଇ ବିରୋଧୀ ଘନ ଘନ ଆକ୍ରମଣ କରୁଥିବା ବେଳେ ଏହି ରିପୋର୍ଟ କେନ୍ଦ୍ରର ମୋଦୀ ସରକାରକୁ ଆଶ୍ବସ୍ତି ଦେଇଛି। ୨୦୨୨ରେ ଭାରତ ପାଞ୍ଚ ବର୍ଷ ମଧ୍ୟରେ ସବୁଠାରୁ ଦୁର୍ବଳ ମୌସୁମୀ ବର୍ଷା ହୋଇଥିବା ବେଳେ ବେକାରୀ ସଂଖ୍ୟାରେ ଏହି ହ୍ରାସ ଉଲ୍ଲେଖନୀୟ। ତେବେ ଦୁର୍ବଳ ବର୍ଷା ଯୋଗୁଁ ଦେଶରେ କୃଷି କାମ ବିଶେଷ ପ୍ରଭାବିତ ହୋଇନାହିଁ ବୋଲି ଏଥିରୁ ଜଣାପଡ଼ିଛି।ଦେଶରେ ପାର୍ବଣର ମାସ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ସେପ୍ଟେମ୍ବରରେ ସହରାଞ୍ଚଳରେ ବେକାରି ମଧ୍ୟ ହ୍ରାସ ପାଇଛି। ଖାସ୍ କରି ଦୀପାବଳି ପୂର୍ବରୁ ଚୁକ୍ତିଭିତ୍ତିକ ସେକ୍ଟରରେ ନିଯୁକ୍ତିଦାତାମାନେ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ଦେଇଥାଆନ୍ତି। ବେକାରୀ ହ୍ରାସ ଏକ ସକରାତ୍ମକ ଘଟଣା, କିନ୍ତୁ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଭାରତକୁ ଏବେ ମଧ୍ୟ ୧.୪ ବିଲିୟନ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବା ପାଇଁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୨୪ ନିର୍ବାଚନ ପୂର୍ବରୁ ନିଯୁକ୍ତି ସୃଷ୍ଟିକୁ ଏକ ପ୍ରମୁଖ ପ୍ରାଥମିକତା ପ୍ରଦାନ କରିଛନ୍ତି ଏବଂ ନିଯୁକ୍ତି ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେଉଁଥିରେ ପିଏମ୍ ରୋଜଗାର ମେଳା ଭଳି ପଦକ୍ଷେପ ଆରମ୍ଭ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.