ସ୍ବଚ୍ଛତା ଦିବସରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସଫେଇ ଅଭିଯାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ଇଲେକ୍ଟ୍ରିକାଲ ସେକ୍ସନ ଅଫିସ ତରଫରୁ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋନପୁରର ଡିଭିଜନ ଓ ସବ-ଡିଭିଜନାଲ ଅଫିସିଆଲ ଷ୍ଟାଫ ଓ CSR TPWODL (Aident Team) ତଥା TPWODL ର ୫୦ ଜଣରୁ ଉର୍ଦ୍ଧ୍ଵ କର୍ମଚାରୀ ଯୋଗଦେଇ ସଫେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମାପନ କରିଥିଲେ। ସ୍ବଚ୍ଛତା ଦିବସ ଥିବାରୁ ଏହି ଅବସରରେ ନିଜେ ସ୍ବଚ୍ଛ ରହିଲେ ଦେଶ ସ୍ବଚ୍ଛ ରହିବା ନେଇ ଦେଶକୁ ବାର୍ତ୍ତା ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.