ଅସୁରକ୍ଷିତ ବିଦ୍ୟୁତ ଟାନ୍ସଫର୍ମର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ) : ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକେ ବିଦ୍ୟୁତ୍ ଭଳି ମୌଳିକ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଳି ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗାଁ ମୁଣ୍ଡରେ ଥିବା ବିଦ୍ୟୁତ୍ ଟାନ୍ସଫର୍ମର ଉପରକୁ ଗଛଲତା ମାଡିବସିଛି । ଯାହାଫଳରେ ବିଦ୍ୟୁତ୍ ଟାନ୍ସଫର୍ମର ଫ୍ୟୁଜ୍ ବାରମ୍ବାର ଯାଉଛି । ଦିନ ଦିନ ଧରି ଅନ୍ଧାରରେ ରହୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଉକ୍ତ ଫ୍ୟୁଜ୍ ମରାମତି ପାଇଁ ଗ୍ରାମବାସୀ ବିଭାଗୀୟ କର୍ମଚାରୀଙ୍କୁ ଫୋନ କଲେ ମଧ୍ଯ ଯିବା ଯିବା କହି ଦିନ ଗଡାଇ ଆସୁନାହାନ୍ତି । ଫଳରେ ଗ୍ରାମବାସୀ ନିଜେ ଫ୍ୟୁଜ୍ ତାର ମରାମତି କରି କାମ ଚଳାଇଥାନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ତଦନ୍ତ କରି ଏହାର ସ୍ଥାୟୀ ସମାଧାନ ଏବଂ ଟାନ୍ସଫର୍ମର ଚାରିପାଖରେ କାନ୍ଥବାଡ ନିର୍ମାଣ କରିବାପାଇଁ ଦୁଷ୍ଟି ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.