ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ଠାରେ କଂଗ୍ରେସର ବୁଥ ସ୍ତରୀୟ ଏଜେଣ୍ଟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏମ.ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରସାଦ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଏମ. ରାମପୁର ଓ ନର୍ଲା ବ୍ଲକ ପ୍ରଭାରୀ ନୀରଜ ଶର୍ମା(ସାନୁ) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉପସ୍ଥିତ ଗ୍ରାମ ପଞ୍ଚାୟତ, ଜୋନ ସଭାପତି, ଏଜେଣ୍ଟ ଓ କଂଗ୍ରେସ ର ଦାଇତ୍ୱ ସମ୍ପନ୍ନ କର୍ମି ମାନଙ୍କୁ ଏସଆଇଆର ବିଷୟରେ ତାଲିମ ପ୍ରଦାନ କରିଥିଲେ। ପ୍ରଥମେ ସଭାପତି ଙ୍କ ସ୍ଵାଗତ ଭାଷଣ ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଏହାବାଦ ଏମ. ରାମପୁର ବ୍ଲକ ରେ କଂଗ୍ରେସର ସାଙ୍ଗଠାନିକ ସ୍ଥିତି କେମିତି ମଜବୁତ କରାଯାଇ ପାରିବ। ଆସନ୍ତା ପଞ୍ଚାୟତିରାଜ ନିର୍ବାଚ୍ଚନ ରେ ଦଳ କେମିତି ରଣନିତୀ ଆପଣେଇ ମଇଦାନକୁ ଓହ୍ଲାଇ ସଫଳ ହୋଇପାରିବ ସେ ବିଷୟରେ ଆଲୋଚନା କରିବା ସହ ସଭାପତି, ଏଜେଣ୍ଟ ଓ କର୍ମି ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମଧ୍ୟରେ ନର୍ଲା ନିର୍ବାଚନ ମଣ୍ଡଳୀର ଭାରପ୍ରାପ୍ତ କଂଗ୍ରେସ ପଦାଧିକାରୀ ରାଜକିଶୋର ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଏମ.ରାମପୁର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହି କର୍ମି ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଆଗାମୀ ଦିନରେ ଏସଆଇଆର ଏଜେଣ୍ଟ ଓ କର୍ମି ମାନଙ୍କୁ କଂଗ୍ରେସ ତରଫରୁ ଏଭଳି ପ୍ରଶିକ୍ଷଣ ଶିବିର ମାନ କରାଯାଇ ପ୍ରଶିକ୍ଷଣ ଦେଇ ସଙ୍ଗଠନକୁ ସୁଦୃଢ କରାଯିବ ବୋଲି ପ୍ରଭାରୀ ଶ୍ରୀ ଶର୍ମା ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଏମ.ରାମପୁର ବ୍ଲକ ସଭାପତି ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।






