ଝିଅ ବାହାଘର ପାଇଁ ରଖିଥିବା ଗହଣା ଓ ଲକ୍ଷାଧିକ ଟଙ୍କା ଚୋରୀ: ନର୍ଲା ପୋଲିସର ତନାଘନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ତୁଳାପଡା ସତ୍ୟବ୍ରତ (ଠକୁନ) ଦାସଙ୍କ ଘରେ ଦୁର୍ବୃତ୍ତ ମାନେ ଶନିବାର ରାତିରେ କଳାକନା ବୁଲାଇ ଝିଅ ବାହାଘର ପାଇଁ ରଖିଥିବା ଅନେକ ସୁନା, ରୁପା ଗହଣା, ଲକ୍ଷାଧିକ ଟଙ୍କା ଚୋରୀ କରିଛନ୍ତି। ନର୍ଲା ଥାନାରେ ଏନେଇ ଲିଖିତ ଭିଯୋଗ ହେବାରୁ କେସ ନଂ ୧୪୬/୧୯/୭ନର୍ଲା ଆଇଆଇସି ବିଜୟରାଜ ମାଝୀଙ୍କ ନେତୃତ୍ବରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେସିଙ୍ଗା ଏଡିପିଓ ସନ୍ଦୀପ ମାଝୀ, ଫରେନସିକ ଟିମ୍ ଓ ସନ୍ଧାନୀ କୁକୁର ଆସି ତଦନ୍ତ ଚାଲିଲା। ଚୋରୀ ଘଟଣା ବିଷୟରେ ପୋଲିସ କୁ କିଛି ସୁରାକ ମିଳିଥିବା ସୂଚନା ମିଳିଛି। ଘଟଣାରୁ ଜଣା ପଡିଛି ଯେ ଗତ ଶୁକ୍ରବାର ଅପରାହ୍ନ ରେ ଭବାନୀପାଟଣା ଭଉଣୀ ଘରକୁ ସାମାଜିକ କାମ ନେଇ ଯାଇଥିଲେ। ଘରେ ତାଲା ବନ୍ଦ ରହିଥିଲା। ରବିବାର ସକାଳେ ତୁଳାପଡା ଘରେ ପହଞ୍ଚି ମୁଖ୍ୟ ଗେଟ ତାଲା ଖୋଲିବା ପରେ ଭିତରପଟୁ ବନ୍ଦ ରହିଥିବା ଦେଖି ବାରିପଟ ଯାଇ ଦେଖିବାରୁ ଝରକା ଗ୍ରିଲ ଭାଙ୍ଗି ଦୁର୍ବୃତ୍ତ ମାନେ ଘରେ ପଶି ପୂଜା ଘରେ ଥିବା ଲୁହା ଆଲମିରା ଭାଙ୍ଗି ଝିଅ ବାହାଘର ପାଇଁ ରଖିଥିବା ଲକ୍ଷାଧିକ ମୂଲ୍ୟର ଅନେକ ସୁନା, ରୂପାର ଅଳଙ୍କାର, ସମ୍ବଲପୁରୀ ପାଟ ଓ ଲକ୍ଷାଧିକ ନଗଦ ଟଙ୍କା ଚୋରୀ କରି ନେଇ ଯାଇଥିବା ଜଣାପଡିଛି। ସନ୍ଧାନୀ କୁକୁର ୩ କିଲୋମିଟର ଯାଏଁ ସନ୍ଧାନ କରିଥିଲେ ମଧ୍ଯ ଚୋରଙ୍କ ପତ୍ତା ମିଳିନି। ଏହି ଚୋରୀରେ ବାହାର ଚୋରଙ୍କ ସହ ସ୍ଥାନୀୟ ବ୍ଯକ୍ତିଙ୍କ ଯୋଗସୂତ୍ର ରହିଥିବା ପୋଲିସ ସନ୍ଦେହ କରୁଛି।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୪ ମାସ ମଧ୍ୟରେ ନର୍ଲା ଅଞ୍ଚଳରେ ୨୪ ରୁ ଊର୍ଦ୍ଧ୍ବ ସ୍ଥାନରେ ଚୋରୀ ଓ ଡକାୟତି ହୋଇଛି।ରୁପ୍ରାରୋଡ ଓ ନର୍ଲା, ନର୍ଲାରୋଡ ର ବିଭିନ୍ନ ଦୋକାନ ଘର ପ୍ରଭୃତି ସ୍ଥାନରୁ ଗତ ଦୁଇମାସ ମଧ୍ୟରେ ୮ ଗୋଟି ଚୋରୀ ଓ ଡକାୟତି ହୋଇ ସାରିଛି। ଜୁନ ୧୦ ତାରିଖ ରାତିରେ ତୁଳାଗାଁ ର କୈଳାସ ବୁଦ୍ଧିଆଙ୍କ ଘରୁ ପଞ୍ଚେଶ୍ୱର ବୁଦ୍ଧିଆଙ୍କ ଦୋକାନରୁ ଜୁନ ୨ ରେ ଚୋରୀ ହୋଇଥିଲା। ସେହିଭଳି ନର୍ଲାରୋଡ ଷ୍ଟେସନ ମାଷ୍ଟର ଙ୍କ ଘରେ ଗତ ମାର୍ଚ୍ଚ ମାସ ସଂଧ୍ୟା ୬ ଘଣ୍ଟା ସମୟରେ କଳାକନା ବୁଲାଇଥିଲେ ଚୋର। ତୁଳାଗାଁର କୈଳାସ ବୁଦ୍ଧିଆଙ୍କ ଘରେ ଦିନ ଦ୍ୱି-ପହରେ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଓ ୪ ତୋଳା ସୁନା ନେଇ ଫେରାର ମାରିଥିଲେ ଡକାୟତି ଦଳ। ରୁପ୍ରାରୋଡର ଦୁଇଜଣ ବ୍ୟବସାୟୀଙ୍କୁ ପିସ୍ତଲ ଦେଖାଇ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଆସାମୀ। ନର୍ଲା ପୋଲିସ ତୁଳାଗାଁ ଡାକାୟତି କାଣ୍ଡ ଭିଆଇଥିବା ୫ ଜଣଙ୍କ ମଧ୍ୟରୁ ସ୍ଥାନୀୟ ଦୁଇଜଣ ବ୍ୟକ୍ତିଙ୍କୁ ସନ୍ଧାନୀ କୁକୁର ସାହାଯ୍ୟରେ ଧରି କୋର୍ଟ ଚାଲାଣ କରିଥିଲା।

ଗତ ସପ୍ତାହରେ ରୁପ୍ରାରୋଡ ର ଏକ ସୁନା ଦୋକାନ ଚୋରୀ ହୋଇଛି। ନର୍ଲା ଥାନା ସମ୍ମୁଖରେ ରହିଥିବା ଜିନମାତା କପଡା ଦୋକାନରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କା ଓ ମୂଲ୍ୟବାନ ସମ୍ବଲପୁରୀ ଶାଢ଼ୀ ନେଇଯାଇଥିଲେ ଚୋର। ଏତେ ସବୁ ଚୋରୀ ଡକାୟତି ହୋଇଥିବା ବେଳେ ସନ୍ଧାନୀ କୁକୁର, ଫେରେନସିକ୍ ଟିମ୍ ଆସି ତଦନ୍ତ କରିଥିଲେ ହେଲେ ଏଯାଏଁ ଚୋର ଧରା ପଡି ନାହାନ୍ତି। ନର୍ଲାରେ ଦିନକୁ ଦିନ ବଢୁଥିବା ଚୋରୀ ଡକାୟତି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ନର୍ଲାର ବୁଦ୍ଧିଜୀବୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.