ଇସ୍ରାଏଲର ସାଥ ଦେଲା ଭାରତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହମାସ ଉଗ୍ରବାଦୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଇସ୍ରାଏଲ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଇସ୍ରାଏଲ ଉପରେ ହୋଇଥିବା ହମାସର ଆକ୍ରମରକୁ ଆତଙ୍କବାଦୀ ଆକ୍ରମଣ ବୋଲି କହି ଏହାର କଡା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପରିସ୍ଥିତିକୁ ଦେଖି କହିଛନ୍ତି, ଆମର ଦେଶ ଏବେ ଯୁଦ୍ଧରତ ଅଛି । ଏପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବରରେ ଆମେ ସ୍ତବ୍ଧ । ଆମର ସମ୍ବେଦନ ଏବଂ ପ୍ରାର୍ଥନା ନିର୍ଦ୍ଦୋଷ ପୀଡିତ ପରିବାର ପ୍ରତି ରହିଛି । ଏପରି କଠିନ ସମୟରେ ଆମେ ଇସ୍ରାଏଲ ସହ ରହିଛୁ । ଇସ୍ରାଏଲ୍ ଉପରେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣର ଜବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛି ଇସ୍ରାଏଲ । ଶନିବାର ସକାଳେ ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ ରକେଟ୍ ମାଡ଼ରେ କମ୍ପି ଉଠିଥିଲା ଇସ୍ରାଏଲ୍ । ଏହାର ପ୍ରତିଶୋଦ୍ଧ ନେବାକୁ ଇସ୍ରାଏଲର ଫାଇଟର ଜେଟ୍ ଏବେ ଯୁଦ୍ଧ କ୍ଷେତ୍ରରେ । ଇସ୍ରାଏଲର ଅନେକ ସ୍ଥାନରେ ରକେଟ ବର୍ଷା ହୋଇଥିଲା । ଏଥିରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକମାନଙ୍କୁ ସତର୍କ କରାଯାଇଛି । ରକେଟ ମାଡ ବେଳେ ଆଲର୍ଟ ନେଇ ପୁରା ଦେଶରେ ପ୍ରଚଣ୍ଡ ଶବ୍ଦରେ ସାଇରନ ବାଜିଥିବା ଶୁଣିବାକୁ ମିଳିଥିଲା । ପାଖାପାଖି ୩୦ ମିନିଟ ଧରି ଏହି ଆକ୍ରମଣ ଜାରି ରହିଥିଲା । ତେଲ ଅଭିଭ ୟୋଫୋ ଅଞ୍ଚଳରେ ମାତ୍ରାଧିକ ଆକ୍ରମଣ ହୋଇଥିବା ଜଣାପଡିଛି । ରକେଟ ମାଡ ପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.