ଗ୍ରାମୀଣ କବାଡି ପ୍ରତିଯୋଗିତା: ପୁରୁଷରେ ମାଗୁର ପାଣି ଓ ମହିଳାରେ ରାଜନନ୍ଦ ଗାଓଁ ବିଜେତା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଖରିଆର ରୋଡ ଏନ. ଏ. ସି ସ୍ଥିତ ସାହୁ ସମାଜ ଭବନ ଠାରେ ରବିବାର ସନ୍ଧ୍ୟା ରେ ଗ୍ରାମୀଣ କବାଡି ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି | କାଞ୍ଚନବେନ ରାଶିକଲାଲ ଚାରିଟେବୁଲ ଟ୍ରଷ୍ଟ ଓ ଚନ୍ଦ୍ରଶେଖର ଆଜାଦ କ୍ଳବ ର ମିଳିତ ଆନୁକୂଲ୍ୟରେ ତ୍ରି ଦିବସୀୟ ଏହି ଗ୍ରାମୀଣ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଉଦଯାପନୀ ଉତ୍ସବରେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଅବନୀ ରଞ୍ଜନ ଯୋଶୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜେଶ ନିଗମ, ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ବିଜୁ ଯୁବ ଜନତା ଦଳ ସଭାପତି ହରିଶ ଚନ୍ଦ୍ର ପଣ୍ଡା,ଆଇନଜୀବୀ ଧନିରାମ ସାହୁ, ବିଜେଡି ସମ୍ପାଦକ କାଳିଆ ପ୍ରଧାନ, ବିଜେଡି ନୂଆପଡା ବ୍ଲକ ସଭାପତି ରମାକାନ୍ତ ଠାକୁର, ଖରିଆର ରୋଡ଼ ଏନ. ଏ.ସି ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା, ଯୁବ ନେତା ରବି ବାଗ, ଶ୍ୟାମ କେଶରୱାନୀ, ରମେଶ ଅଗ୍ରୱାଲ,ଡ଼ୁମେରପାଣି ସରପଞ୍ଚ ଟେକରାମ ସାହୁ, ସାଲିହା ସରପଞ୍ଚ ଶମ୍ଭୁ ଲାଲ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଆୟୋଜକ କଞ୍ଚନବେନ ରସିକଲାଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଜୟ ଢୋଲକିଆ ଏହି ଗ୍ରାମୀଣ କବାଡି ପ୍ରତିଯୋଗିତା ରେ ପୁରୁଷ ବର୍ଗରେ ୨୦ ଟି ଦଳ ଓ ମହିଳା ବର୍ଗର ୧୨ଟି ଦଳ ସାମିଲ ହୋଇଥିଲେ | ତେବେ ଉଦଯାପନୀ ସନ୍ଧ୍ୟା ରେ ପୁରୁଷ ବର୍ଗ ରୁ ମାଗୁରପାଣି ଓ ବିଶୋରା ଏବଂ କୋଦୋମେରୀ ଓ ଦର୍ଲି ନୂଆପଡା ମଧ୍ୟ ରେ ସେମି ଫାଇନାଲ ମେଚ ଖେଳା ଯାଇଥିଲା | ମାଗୁରପାଣି ଓ କୋଦୋମେରୀ ଦଳ ଫାଇନାଲ ଖେଳି ଥିବା ବେଳେ 8 ପଏଣ୍ଟ ରେ ମାଗୁରପାଣି ଦଳ ବିଜେତା ହୋଇଥିଲା | ସେହିପରି ମହିଳା ବର୍ଗ ରେ ରାଜନନ୍ଦଗାଓଁ ଓ ରାଇପୁର ଦଳ ଏବଂ ମାଗୁରପାଣି ଓ ପେଣ୍ଡରା ଦଳ ସେମି ଫାଇନାଲ ଦେଖିଥିବା ବେଳେ ରାଜନନ୍ଦ ଗାଓଁ ଓ ପେଣ୍ଡରା ଦଳ ଫାଇନାଲ ମେଚ ଖେଳିଥିଲେ ଯେଉଁଥିରେ କି ରାଜନନ୍ଦ ଗାଓଁ ଦଳ ବିଜୟୀ ହୋଇଥିଲା | ଉଭୟ ବିଜେତା ଦଳ ପ୍ରଥମ ପୁରସ୍କାର ରାଶି 21 ହଜାର ଟଙ୍କା ପାଇ ଥିବା ବେଳେ ଉପ ବିଜେତା ଦଳ 15 ହଜାର ଟଙ୍କା, ତୃତୀୟ ସ୍ଥାନ ଦଳ ୧୧ ହଜାର ଟଙ୍କା ଓ ଚତୁର୍ଥ ଦଳ ୭ହଜାର ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା | ଏହି କବାଡି ଟୁର୍ନାମେଣ୍ଟରେ ଖେଳ ପରିଚାଳକ ଭାବେ ରେଖରାମ ଦଣ୍ଡସେନା, ଗୋକୁଳ ରାମ ଦଣ୍ଡସେନା, ଗଣେଶ ପ୍ରସାଦ ରାଉତ, ଚମନ ରାଉତ, ଅଜିତ ପ୍ରଧାନ, ଜୀବ ଲାଲ ନାୟକ, ବିଦ୍ୟାଧର ମାଝୀ, ପ୍ରକାଶ ମିଶ୍ର, ରତିରାମ ରଣା, ଓଁ ପ୍ରକାଶ ଜେଶ୍ୱାଳ ପ୍ରମୁଖ ଦାଇତ୍ୱ ତୁଲାଇ ଥିଲେ | ବିଶେଷ ଭାବେ ଏହି ଟୁର୍ନାମେଣ୍ଟକୁ ଦେଖିବା ପାଇଁ ବହୁ ସଂଖ୍ୟକ ଭିଡ଼ ଜମି ଥିବା ବେଳେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରତିଭାବାନ ଖେଳାଳ ରୁ ଉଚିତ ପ୍ଲାଟଫର୍ମ ଦେଇ ଉତ୍ସାହିତ କରିବା ମୂଳ ଲକ୍ଷ ରହିଛି ବୋଲି ଆୟୋଜକ ସଭାପତି ଜୟ ଢୋଲକିଆ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.