ହାଇଦ୍ରାବାଦ-ଦୁବାଇ ଫ୍ଲାଇଟକୁ ହାଇଜ୍ୟାକ୍ ଧମକ, ପୋଲିସ ଖାଲି କରାଇଲା ପୁରା ବିମାନ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ହାଇଦ୍ରାବାଦରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରୁଥିବା ଏୟାର ଇଣ୍ଡିଆର ବିମାନକୁ ହାଇଜାକ ଧମକ। ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ପୋଲିସ ସୂଚନାନୁସାରେ, ହାଇଦ୍ରାବାଦ-ଦୁବାଇ ଏୟାର ଇଣ୍ଡିଆ ବିମାନକୁ ହାଇଜାକ କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ପଠାଇଥିଲେ। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ସମ୍ପୂର୍ଣ୍ଣ ବିମାନକୁ ଖାଲି କରାଯାଇଥିଲା। ଧମକ ପାଇବା ପରେ ତୁରନ୍ତ ଏୟାର ଇଣ୍ଡିଆ ବିମାନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ପୋଲିସ ତଦନ୍ତରେ କୌଣସି ସନ୍ଦେହଜନକ ତଥ୍ୟ ମିଳିନାହିଁ। ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଇମେଲ ପଠାଇଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଇମେଲ ପାଇବା ମାତ୍ରେ ବିମାନବନ୍ଦରରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସୂଚନା ଅନୁସାରେ ରବିବାର ରାତିରେ ବିମାନବନ୍ଦରରେ ଡ୍ୟୁଟି କରୁଥିବା ସମୟରେ ଅଧିକାରୀ ଏକ ଇମେଲ ପାଇଥିଲେ। ଯେଉଁଥିରେ ଏକ ଚେତାବନୀ ଦିଆଯାଇଥିଲା। ଇମେଲରେ କୁହାଯାଇଥିଲା ଯେ ବିମାନରେ ଥିବା ଜଣେ ବ୍ୟକ୍ତି ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ସୂଚନାଦାତା ଏବଂ ତାଙ୍କ ବିଷୟରେ ସତର୍କ ରହିବା ଆବଶ୍ୟକ। ଏହାସହ ଯାତ୍ରୀ ବିମାନ ନମ୍ବର AI951 କୁ ହାଇଜାକ କରିବାର ଆଶଙ୍କାର ରହିଛି। ଏହା ମଧ୍ୟ କୁହାଯାଇଥିଲା ଯେ ହାଇଦ୍ରାବାଦ ବିମାନବନ୍ଦରରେ ଥିବା ଅନେକ ଲୋକ ଏଥିରେ ଜଡିତ ଅଛନ୍ତି ଏବଂ ତାଙ୍କୁ ସାହାଯ୍ୟ କରୁଛନ୍ତି। ବର୍ତ୍ତମାନ ପୋଲିସ ଏହି ମାମଲା ପଞ୍ଜୀକୃତ କରିଛି ଏବଂ ଏହାର ଗୁରୁତର ତଦନ୍ତ କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.