ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲାର ବହୁ ଚର୍ଚ୍ଚିତ ନିଖିଲ ହତ୍ୟାକାଣ୍ଡ ଘଟଣାରେ ପୁଲିସକୁ ମିଳିଛି ସଫଳତା । ଏହି ଗ୍ୟାଙ୍ଗୱାର ଜନିତ ହତ୍ୟାକାଣ୍ଡକୁ ନେଇ ରାୟଗଡା ଜିଲ୍ଲା ଅଶାନ୍ତ ହୋଇଥିଲା । ରାୟଗଡା ପୁଲିସ ଆଜି ନିଜର ସାମାଜିକ ଗଣମାଧ୍ୟମ ୱାଟ୍ସଆପ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛି ବିହାର ରାଜ୍ୟର ଅଉରଙ୍ଗାବାଦ ଜିଲ୍ଲା ମଦନପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ହତ୍ୟା ଘଟଣାର ମୁଖ୍ୟ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମାନେ ହେଲେ ଉମେଶ ହିଆଲ, ରାଜ ସେମଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ । ପୁଲିସ ସୂଚନା ପ୍ରଦାନ କରି କହିଛି ହତ୍ୟା ଅପରାଧରେ ଜଡିତ ଏହି ଅଭୁଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ସମୟରେ ତାଙ୍କ ନିକଟତର ହୋଇଥିଲେ କିନ୍ତୁ ଅପରାଧି ମାନେ କୌଣସି ମତେ ଖସିଯାଉଥିଲେ କିନୁ । ପୁଲିସ ଶେଷରେ ଅପରାଧି ମାନଙ୍କୁ ବିହାରରୁ ଗିରଫ କରିଥିବାରୁ ତାଙ୍କୁ ରିମାଣ୍ଡରେ ଆଣି ଆଇନ ଅନୁଯାୟି ତଦନ୍ତ କରୁଛି । ଏନେଇ ଆହୁରି ତଦନ୍ତ କରି ଚଢ଼ାଉ ଜାରି ରହିଛି ଏବଂ ଖୁବ ଶୀଘ୍ର ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି । ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ବାଥୀ ଏସ କୁମାରଙ୍କ ନେତୃତ୍ବରେ ଅତିରୀକ୍ତ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ପୁଲିସର ଟେକନିକାଲ ଟିମ ସହାୟତାରେ ତଦନ୍ତ କରୁଥିଲେ । ଏହି ଘଟଣାରେ ପୁଲିସ ୬ଟି ଟିମ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ତଦନ୍ତ ଜାରି ରଖିଛି । ପୁଲିସ ତଦନ୍ତ ସଂପର୍କ ରେ ତଦନ୍ତରେ ବାଧା ହେଉଥିବାରୁ ପରବର୍ତ୍ତି ସମୟରେ ସୂଚନା ଦିଆଯିବ ବୋଲି ସୂଚନା ରହିଛି । ସୂଚନା ଯୋଗ୍ୟଯେ ଗତ ୯ ତାରିଖ ରାତିରେ ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳି କରି ରାୟଗଡା ସହର ସ୍ଥିତ ଆମ୍ବେଦକର ସାହିର ଜଣେ ଯୁବକ ନିଖିଲ ହାଡ଼ପାକୁ ଗୋଡାଇ ଗୋଡାଇ ହତ୍ୟା କରିଥିଲେ । ପୂର୍ବ ଶତୃତା ଓ ଜୁଆ ଆଡ୍ଡାରୁ ଲୁଟ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଧେହ କରାଯାଇଛି I ପୂର୍ବରୁ ୨ଗ୍ୟାଙ୍ଗ ମଧ୍ୟରେ ବିଭିନ୍ନ କାରଣରୁ ଶତ୍ରୁତା ଲାଗିରହିଥିଲା । ସୂଚନାଯୋଗ୍ୟ ଯେ ୯ ତାରିଖ ରାତି ପାଖାପାଖି ରାତି ୧୦ଟାରେ କିଛି ଯୁବକ ଗୋଟେ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲ ସହ ଯୁକ୍ତିତର୍କ କରି ପିଛା କରିଥିଲେ । ଏହି ସମୟରେ ନିଖିଲି ଦୌଡି ପଳେଇବା ବେଳେ ଗୁଳି କରି ଅପହରଣ କରି ହତ୍ୟା ପରେ ତୁ୍ମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ପଠାରେ ମୃତ ଦେହକୁ ଫିଙ୍ଗି ଦେଇଥିଲେ ।





