ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନ ଏବଂ ଆମେ ଓଡ଼ିଆ ଭାରି ବଢିଆ ପରିବାର ପକ୍ଷରୁ ମେଧାବୀ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଜ୍ୟୋତି ସମ୍ମାନ ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଟକ: କଟକ କିଶନନଗର ତହସିଲ ଅନ୍ତର୍ଗତ ଇଶାଣିବ୍ରହ୍ମପୁର ଗ୍ରାମରେ ଏକ ଭବ୍ୟ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନ’ ଏବଂ ‘ଆମେ ଓଡ଼ିଆ ଭାରି ବଢିଆ ପରିବାର’ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ‘ଶିକ୍ଷା ଜ୍ୟୋତି ସମ୍ମାନ ୨୦୨୬’ ରେ ସମ୍ମାନିତ କରାଯାଇଛି।‌ ଏହି ସାରସ୍ୱତ ସମାରୋହ ଶିକ୍ଷାବିତ୍ ଧରଣୀ ଧର ସେଠୀ ଏବଂ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟଙ୍କ ସମ୍ମାନଜନକ ପୌରୋହିତ୍ୟରେ ସମ୍ପନ୍ନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ଓସ୍ତା (OSSTA) ସାଧାରଣ ସମ୍ପାଦକ ଲକ୍ଷ୍ମୀ ଳଧର ବରାଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଏକ ସତ୍ ନାଗରିକ ହେବା ପାଇଁ ପ୍ରେରଣା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ବେଣୁ ଧର ସ୍ୱାଇଁ, ପ୍ରହରାଜପୁର ସରପଞ୍ଚ ଅବଦୁଲ ୱାହିଦ୍ ଖାଁ, ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗୀ ଦଳର ସଂଯୋଜକ ପ୍ରକାଶ ତ୍ରିପାଠୀ, ଅବସରପ୍ରାପ୍ତ ସେନା ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଧୀରେନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ।‌ ଅଞ୍ଚଳର ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଆଖପାଖ ଅଞ୍ଚଳର ୧୪ ଟି ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।  ଅକ୍ଷୟ ସେଠୀ ମଞ୍ଚ ପରିଚାଳନା କରିଥିଲେ। ସମାରୋହରେ ନୟାବଜାର ଉଚ୍ଚ ବିଦ୍ୟାଳୟର ପ୍ରତିଭା ପ୍ରିୟଦର୍ଶିନୀ, କଲରବାଙ୍କ ଉଚ୍ଚ ବିଦ୍ୟାଳୟର ସ୍ନେହାଶିଷ ମହାପାତ୍ର, ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଜ୍ୟୋତିଶ୍ରୀ ହୋତା, ସାଧୁଚରଣ ବିଦ୍ୟାପୀଠର ବିଦ୍ୟୁତ୍ ପ୍ରଭା ମିଶ୍ର, ପ୍ରହରାଜପୁର ଉଚ୍ଚ ବିଦ୍ୟାଳୟର ସାଧନା ବେହେରା, ଚିନ୍ତାମଣି ବିଦ୍ୟାପୀଠର ଚନ୍ଦନ ଚର୍ଚ୍ଚିତ ବେହେରା, ଧରିଣା ଉଚ୍ଚ ବିଦ୍ୟାଳୟର ଯୋଗେଶ ପ୍ରିୟଦର୍ଶୀ, ସିର୍ଲୋ ନବଗ୍ରାମ ଉଚ୍ଚ ବିଦ୍ୟାଳୟର ଗାୟତ୍ରୀ ଭୋଇ, ଲାଲବାହାଦୂର ଉଚ୍ଚ ବିଦ୍ୟାଳୟର ସୌମ୍ୟ ରଂଜନ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର ସତ୍ୟ ରଂଜନ ଜେନା, ଲୋକନାଥ ବାଣୀନିକେତନର ଶ୍ରିଜୀତ ଅମରେଶ ସେଠୀ, ଅନୁଷ୍ଠାନର ଛାତ୍ରୀ ରିତିଶ୍ମିତା ବେହେରା, ଇ-ସ୍ମାର୍ଟ କୋଚିଂ ସେଣ୍ଟରର ସବ୍ୟସାଚି ଦୀକ୍ଷିତ ଏବଂ ରାଧା ମାଧବ ନିଶୁଳ୍କ ଶିକ୍ଷା ନିକେତନର ଛାତ୍ରୀ ଇତିଶ୍ରୀ ତ୍ରିପାଠୀଙ୍କୁ ଅତିଥିମାନଙ୍କ ଦ୍ୱାରା ‘ଶିକ୍ଷା ଜ୍ୟୋତି ସମ୍ମାନ’ରେ ବିଭୂଷିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରଦ୍ୟୁମ୍ନ ଜେନା, ସମାଜସେବୀ ସରିତ ମହାପାତ୍ର, ସତ୍ୟବ୍ରତ ସାହୁ, ଦେବବ୍ରତ ସାହୁ, କେଶବ ବେହେରା, ଶୁଭଙ୍କର ସେଠୀ, ସ୍ୱାତୀ ସ୍ୱାଗତିକା ସ୍ୱାଇଁ, ଆଶ୍ୱାସିନି ସେଠୀ, ଅମୂଲ୍ୟ ଭୋଇ, ଜଗଦୀଶ ରାଉତ, ରାଜେଶ ମହାରଣା, ନୃସିଂହ ପାଣି, ମଧୁସ୍ମିତା ପଣ୍ଡା, ନିରଞ୍ଜନ ପଣ୍ଡା,ସୂର୍ଯ୍ୟକାନ୍ତ ଦାଶ, ସୁବ୍ରତ ଜେନା, ଦେବ ନାରାୟଣ ମହାନ୍ତି, ବିଶ୍ୱଜିତ ସାମଲ, ରଶ୍ମିତା ଦେହୁରୀ, ନନ୍ଦିତା ମହାରଣା, ନିରୁପମା ରାଉତ ଏବଂ ମାନସୀ ଓଝା ପ୍ରମୁଖ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ଏଭଳି ଏକ ସାରସ୍ୱତ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ବେଶ୍ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.